ପ୍ରଥମେ ପ୍ରେମବିବାହ ତାପରେ ପ୍ରତାରଣା…

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ପ୍ରଥମେ ପ୍ରେମ ବିବାହ ତାପରେ ପ୍ରତାରଣା। ହଁ ଆଜ୍ଞା ପ୍ରେମ ହେଉଛି ସତ୍ୟ ଚିରନ୍ତନ ଶ୍ବାସତ। କିନ୍ତୁ ଆଜି କାଲି ପ୍ରେମ ସାଜି ଗଲାଣି ଖେଳଘର। ପ୍ରଥମେ ଭଳ ପାଇଲେ, ଭଲପାଇ ବିବାହ ମଧ୍ୟ ହୋଇଗଲେ , ହେଲେ ବିବାହ ର ୩ ବର୍ଷ ପରେ ସ୍ଵାମୀ ନିଜ ସ୍ତ୍ରୀ କୁ ଛାଡ଼ି ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖି , ସେ ଝିଅ କୁ ଧରି ତାମିଳନାଡୁ କୁ ପଲାଇ ଗଲେ। ଏ ପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ବେଲାପଡା ଥାନା ଅନ୍ତର୍ଗତ ମଣ୍ଡଳ ଗ୍ରାମରେ। ଉକ୍ତ ଗ୍ରାମର ସମାରୁ ନାଏକ ଙ୍କ ଝିଅ ଦ୍ରୋପତି ନାଏକ ସେହି ଗ୍ରାମର ତ୍ରିନାଥ ନାଏକ ଙ୍କ ପୁତ୍ର ବିଭୀଷଣ ନାଏକ କୁ ପ୍ରେମ ବିବାହ କରିଥିଲେ। ଠିକ୍ ଠାକ୍ ଭାବରେ ତାଙ୍କର ସଂସାର ଚାଲି ଆସୁଥିଲା। ତାଙ୍କର ରକ୍ତ ରୁ ଗୋଟିଏ  ଶିଶୁ କନ୍ୟା ଟିଏ ମଧ୍ୟ ଜନ୍ମ ନେଲା, ଏବେ ତାକୁ ଦେଢ଼ ବର୍ଷ। ବିଭୀଷଣ ର ପ୍ରଥମ ସ୍ତ୍ରୀ ବର୍ତ୍ତମାନ ବାର ଦୁଆର ବୁଲି ଭିକ୍ଷା ବୃତ୍ତି କରି ନିଜ ଛୁଆ କୁ ଲାଳନ ପାଳନ କରୁଅଛି। ତାଙ୍କୁ ତାଙ୍କ ଶାଶୁ ଘର ଲୋକେ ମଧ୍ୟ ନିଜ ଘର ରୁ ତଡ଼ି ଦେଲେ। ମାରପିଟ୍ କରି ତାଙ୍କୁ ଘରୁ ବାହାର କରି ଦେଲେ। ବର୍ତ୍ତମାନ ଦ୍ରୋପତି ଜଣେ ଲୋକ ଙ୍କୁ ଗୁହାରି କରି ଗ୍ରାମର ଶେଷରେ ଥିବା ଏକ ଭଙ୍ଗା ଘରେ ରହୁଛନ୍ତି। ସେ ବେଲପଡ଼ା ଥାନା ର ଦ୍ବାରସ୍ଥ ମଧ୍ଯ ହୋଇଛନ୍ତି। ତାଙ୍କ ସ୍ଵାମୀ ଙ୍କ ବିରୁଦ୍ଧରେ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ନ୍ଯାୟ ପାଇବା ପାଇଁ। ବେଳପଡା ଥାନାରେ ଅଭିଯୋଗ କରି ପୁଣି ଏକୁଟିଆ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ବେଲାପଡା ର ସମ୍ବାଦ ଖବରକାଗଜ ର ସାମ୍ବାଦିକ ନଟବର ମହାନନ୍ଦ , ତାଙ୍କୁ ପଚାରି ସୁରକ୍ଷା ପାଇଁ ନିଜ ବାଇକ୍ ରେ ବସାଇ ତାଙ୍କ ରହୁଥିବା ଜାଗା କୁ ନେଇ ଛାଡ଼ି ଦେଇଥିଲେ। ଏ ପରି ସାମ୍ବାଦିକ ଙ୍କ କାର୍ଯ୍ଯ ଦେଖି ବେଳପଡା ଅଞ୍ଚଳରେ ଶ୍ରୀ ମହାନନ୍ଦ କୁ ଭୁରି ଭୁରି ପ୍ରସଂଶା କରୁଛନ୍ତି ଲୋକେ। ତେବେ ଦେଖିବାକୁ ବାକି ରହିଲା ବେଲପଡା ପୋଲିସ ଦ୍ରୋପତି ର ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.