ଜବରଦଖଲ ଉଚ୍ଛେଦ କଲା କୋକସରା ବ୍ଲକ ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ମହିମା ପଞ୍ଚାୟତର ଡ଼େଙ୍ଗାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଣେ ବ୍ୟକ୍ତି ବେଆଇନ ଭାବେ ଗୃହ ନିର୍ମାଣ କରିଥିବାରୁ ତାଙ୍କୁ ବାରମ୍ବାର ନୋଟିସ ଜାରି ସତ୍ତ୍ୱେ ଜାଗା ଛାଡୁ ନଥିଲେ। ଏନେଇ ସୋମବାର ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଇଛି। ସୂଚନା ଯେ’ ଗତ କୋଭିଡ଼ ସମୟରେ ଡେଙ୍ଗାଗୁଡା ଗ୍ରାମର ଅଭିମନ୍ୟୁ ନାଏକ ଅନାଧିକୃତ ଭାବେ ନିଜର ପୈତୃକ ଜମି ଦର୍ଶାଇ ସ୍କୁଲ ଜିମିର କିଛି ଅଂଶକୁ ଅକ୍ତିଆର କରି ଗୃହ ନିର୍ମାଣ କରି ଜାଗା ମାଡ଼ି ବସିଥିଲେ। ଏନେଇ ବାରମ୍ବାର ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ତାଙ୍କୁ ବିଦ୍ୟାଳୟର ଜାଗା ଛାଡ଼ିବା ପାଇଁ କହିଥିଲେ ମଧ୍ୟ ସେ’ କାହାରି କଥା ଶୁଣି ନଥିଲେ। ତେବେ ଗତ ଜୁଲାଇ ମାସରେ ଗ୍ରାମବାସୀ ଓ ସ୍କୁଲ ପରିଚାଳନା କମିଟି କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ କୋକସରା ତହସିଲଦାର ସେଠାକୁ ପହଞ୍ଚି ଜାଗା ଛାଡ଼ିବା ପାଇଁ ଅନୁରୋଧ କରିବା ପରେ ଅଭିମନ୍ୟୁ ୧୫ ଦିନର ସମୟ ମାଗିଥିଲା। ହେଲେ ସମୟ ଅବଧି ସରିବା ପରେ ମଧ୍ୟ ସ୍କୁଲ ଜାଗାକୁ ସେ ଛାଡ଼ି ନଥିଲେ। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅଭିମନ୍ୟୁଙ୍କୁ ବାରମ୍ବାର ନୋଟିସ ଜାରି କରାଯାଇଥିଲା। ହେଲେ ସେ’ କୈାଣସି ଧ୍ୟାନ ଦେଇ ନଥିଲା। ଏନେଇ ଆଜି ପ୍ରଶାସନ ଆକ୍ସନ୍ ମୋଡରେ ଆସି ଧର୍ମଗଡ଼ ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କ ଉପସ୍ଥିତରେ ଜେସିବି ଲଗାଇ ସ୍କୁଲ ପରିସରରୁ ଜବର ଦଖଲ ଉଛେଦ କରାଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ବରେ ଆଇଆରବି ଜବାନ ମାନେ ଉପସ୍ଥିତ ରହିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.