ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ କବିତା ଆସର ସମ୍ପାଦକ ଶ୍ରୀ ବିଶ୍ବବିଜୟୀ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ତରୁଣ କବି ଓ କବୟିତ୍ରୀ ମାନେ ନିଜର ସ୍ବରଚ଼ିତ କବିତା ପଠନ କରିଥିଲେ। ସମ୍ପାଦକ ଶ୍ରୀ ଦାଶ ଉତ୍କଳୀୟ ଆମ କଳା ସାହିତ୍ୟ ସଂସ୍କୃତି କାବ୍ୟ କବିତାର ଇତିହାସ ବହୁ ପ୍ରାଚୀନ, ସୃଜନଶୀଳତା ପରିପ୍ରକାଶରେ କବିତା ହେଉଛି ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ, ଆମ କଳା ଓ ସଂସ୍କୃତିର ପ୍ରସାରରେ ଏହାର ଭୂମିକା ବେଶ୍ ମହତ୍ତ୍ୱପୂର୍ଣ୍ଣ, ଅନେକ ମହାପୁରୁଷଙ୍କ କାଳଜୟୀ ରଚନାରେ ଓଡ଼ିଶା ସାହିତ୍ୟ ହୋଇଛି ରୁଦ୍ଧିମନ୍ତ ଓ ସାଜିଛି ମାର୍ଗଦର୍ଶକ, ଆସନ୍ତୁ ସେଇ ମହାପୁରୁଷଙ୍କୁ ସ୍ମରଣ କରିବା ଏବଂ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବା ଦିଗରେ ସଙ୍କଳ୍ପବଦ୍ଧ ହେବା ବୋଲି ମତପ୍ରକାଶ କରିଥିବା ସ୍ଥଳେ ସହ-ସମ୍ପାଦିକା ଶ୍ରୀମତୀ ପ୍ରବାଳ ମଞ୍ଜରୀ ଦାଶ, ସୁଶ୍ରୀ ପ୍ରିୟମ୍ବଦା ସ୍ବାଇଁ କବିତା ଆସର କୁ ସଂଯୋଜନା କରିଥିଲେ।