ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ରାତିସାରା କାର ଭିତରେ ଛଟପଟ ହେଉଥିଲେ ସକାଳୁ ଚାଲିଗଲା ଜୀବନ। ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଉଡିଙ୍ଗ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଯାଇଥିଲା କାର । କାର ଚଳାଉଥିବା କଣ୍ଟାବାଞ୍ଜିର ଆଦିତ୍ୟ ଅଗ୍ରୱାଲ ରାତିସାରା ଫସି ରହିଥିଲେ। ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଆଦିତ୍ୟ । ଘଟଣାସ୍ଥଳରେ ବେଲପଡା ଓ କଣ୍ଟାବାଞ୍ଜି ପୋଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି କଟର ମେସିନରେ କାରର ଡୋର କାଟି ଚାଳକଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାକୁ ରାୟପୁର ନିଆଯାଉଥିଲା । ତେବେ ରାସ୍ତାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଆଦିତ୍ୟ କଣ୍ଟାବାଞ୍ଜିରୁ ବେଳପଡ଼ା ଅଭିମୁଖେ ଯାଉଥିଲେ। ଉଡିଙ୍ଗ ଛକ ଠାରେ ନିକଟରେ କାର୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବେଲପଡା ଓ କଣ୍ଟାବାଞ୍ଜି ପୋଲିସ ଓ ଅଗ୍ନିଶମ ବାହିନୀର ପହଞ୍ଚି କଟର ମେସିନ୍ ରେ କାରକୁ କାଟି ଚାଳକଙ୍କୁ ଉଦ୍ଧାର କରିଥିଲେ । ଚାଳକଙ୍କ ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଆଦିତ୍ୟଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାରୁ ରାୟପୁର ନିଆଯାଉଥିବା ବେଳେ ରାସ୍ତାରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।