ସ୍କୁଟିକୁ ଧକ୍କା ଦେଲା ସୁଇଫ୍ଟ ଡିଜୟର ଗାଡି; ସ୍କୁଟି ଚାଲାକ ଗୁରୁତର ଆହାତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର୍ ଥାନା ଅନ୍ତର୍ଗତ କୁମାରୀ ଛକ ହୀରାଧାର କେନାଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ସ୍କୁଟି ଆରୋହୀ ଗୁରୁତର ଆହାତ ହୋଇଛନ୍ତି। ପ୍ରାପ୍ତ ସୂଚନାରୂ ଜଣା ପଡିଛିଯେ  ବଡ଼ ବରଙ୍ଗାରୁ ଏକ ଧଳା ରଙ୍ଗର ସୁଜୁକି ଡିଜୟର କାର୍ ପୁରୁଷୋତ୍ତମପୁରକୁ ଆସୁଥିଲା ବେଳେ ଭୁତ ସରସିଙ୍ଗି ଗ୍ରାମରୁ ଏକ ସ୍କୁଟର ଚିଙ୍ଗୁଡ଼ି ଘାଇ ଗ୍ରାମକୁ ଯାଉଥିଲା ବେଳେ ସ୍କୁଟି କୁ ଡିଜେର ଗାଡି ଧକ୍କା ଦେଇଥିଲା | ଫଳରେ ସ୍କୁଟିରେ ବସିଥିବା ତିନିଜଣ ଛିଟିକି ପଡିବା ସହ, ସ୍କୁଟି ଚାଳକ କାହ୍ନା ସେଠୀଙ୍କ ଗୋଡ଼ ରେ ଗଭୀର ଭାବେ ଆଘାତ ଲାଗି ଗୋଡ଼ରୁ ମାଂସ କଟିଯାଇଛି | ପ୍ରଚୁର ରକ୍ତ ସ୍ରାବ ହେଉଥିବାରୁ ଏବଂ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଉପସ୍ଥିତଥିବା ଥାନା ଷ୍ଟାଫ ତାଙ୍କରି ଗାଡ଼ିରେ ପୁରୁଷୋତ୍ତମପୁର ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ | ପୋଲିସ ଏହି ଦୁର୍ଘଟଣା ଉପରେ ତଦନ୍ତ କରୁଛନ୍ତି | ତେବେ ଲୋକଙ୍କ କହିବା କଥା କାରଟି ଦ୍ରୁତ ଗତିରେ ଆସୁଥିବାରୁ ସ୍କୁଟିକୁ ଧକ୍କା ଦେଲା ବୋଲି | ତେବେ କାର ଟିର ଏୟାର ବେଲୁନ ଥିବା ଯୋଗୁଁ ଡ୍ରାଇଭର ରକ୍ଷା ପାଇଗଲେ | ନଚେତ ତାଙ୍କର ମଧ୍ୟ ଅସୁବିଧା ହୋଇ ଥାନ୍ତା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.