ଓପନ ଷ୍ଟେଟ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍: ବ୍ରହ୍ମପୁରରେ କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ବ୍ରହ୍ମପୁର ବିଜୁ ପଟ୍ଟନାୟକ ଇନ୍ଦୋର ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ଷ୍ଟେଟ ଓପନ୍‌ ଟାଏକୋଣ୍ଡୋ ଚାମ୍ପିଆନ୍ସିପ୍ ୨୦୨୪ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସବୁ ଜିଲ୍ଲାରୁ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ସେଠାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ କଳା ବିକାଶ କେନ୍ଦ୍ର ଏବଂ ଜୟପାଟଣା ସ୍ଥିତ ବ.ଷ୍ଟ୍ରଙ୍ଗ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ସଫଳତା ଆଣିଛନ୍ତି। ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୪୯ ଜଣ ପ୍ରତିଯୋଗୀ ସହ କଳା ବିକାଶ କେନ୍ଦ୍ର ର ୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି କଳା ବିକାଶ କେନ୍ଦ୍ର ର ଛାତ୍ରଛାତୀ ୧ ଟି ସ୍ଵର୍ଣ୍ଣ ୫ ରୌପ୍ୟ ୩ କାଂସ୍ଯ ପଦକ ହାସଲ କରିଛନ୍ତି ଏବଂ ବ.ଷ୍ଟ୍ରଙ୍ଗ ର ଛାତ୍ରଛାତୀ ୨ଟି ରୌପ୍ୟ ୩ଟି କାଂସ୍ଯ ପଦକ ହାସଲ କରିଛନ୍ତି। କଳା ବିକାଶ କେନ୍ଦ୍ର ର ପ୍ରତିଯୋଗୀ ମାନଙ୍କ ଭିତରେ ପୁରୁଷ ବିଭାଗ ରୁ ତନ୍ମୟ ଦେ, ଆୟାନ ପାଢ଼ୀ (ବ୍ରୋଞ୍ଚ୍ ପଦକ) ଜୟ ବିକାଶ କାଳେ, ଅଙ୍କିତ ପୁଞ୍ଜି, ଶୁଭକାନ୍ତ ସାହୁ (ସିଲଭର ପଦକ) ମହିଳା ବିଭାଗ ରେ ଦିବ୍ୟାଷ୍ରୀ ପଣ୍ଡିତ (ବ୍ରୋଞ୍ଚ୍ ପଦକ) ଓ ଅପର୍ଣା ଦଳେଇ (ଗୋଲ୍ଡ ଏବଂ ବ୍ରୋଞ୍ଚ୍ ପଦକ) ପାଇ ବିଜୟୀ ହୋଇଛନ୍ତି। ଏହି ସମସ୍ତ ବିଜେତା ଛାତ୍ରଛାତ୍ରୀଙ୍କୁ କଳା ବିକାଶ କେନ୍ଦ୍ରର ଅଭିଭାବକ ଓ ପରିଚାଳକ ମାନସ ରଞ୍ଜନ ସେଠିଙ୍କ ତରଫରୁ ଭବ୍ୟ ସ୍ବାଗତ୍ ଜଣେଇବା ସହ ଉତ୍ସାହିତ କରିଥିଲେ। ଆଗାମୀ ଭବିଷ୍ୟତ ରେ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ ବୋଲି କୋଚ୍ ବଲରାମ ଦୁର୍ଗା ଓ ସୁଶିଲ ସୁନାନୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.