ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ଦ୍ଵାରା କଳାହାଣ୍ଡିର ବିକାଶ ହୋଇପାରିବ : ଗୌତ୍ତମ ସରକାର, ସଂଘ ପ୍ରଚାରକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ୱଦେଶୀ ଜ୍ଞାନ କୌଶଳ ଆଧାରରେ ଭାରତକୁ ସ୍ୱାବଲମ୍ବୀ କରିବାପାଇଁ ଓଡ଼ିଶାର ସ୍ୱାବଲମ୍ବୀ କରିବା ସହିତ କଳାହାଣ୍ଡି ଜିଲ୍ଲାର ଦେଶୀ, ପାରମ୍ପରିକ କୌଶଳ ସହିତ ଉନ୍ନତ ଜ୍ଞାନ କୌଶଳ ଆଧାରରେ ଭିତ୍ତିଭୂମିକୁ ନେଇ ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ଲକ୍ଷ୍ୟରେ ପହଞ୍ଚି ପାରିବ ବୋଲି ସଂଘ ପ୍ରଚାରକ ଗୌତ୍ତମ ସରକାର ମତପ୍ରକାଶ କରିଥିଲେ l

Omkar Vasthu
Omkar Vasthu

ଅଖିଳ ଭାରତୀୟ ଅଧିବକ୍ତା ପରିଷଦ,ସ୍ୱଦେଶୀ ଜାଗରଣ ମଞ୍ଚ ତରଫରୁ ବିନାୟକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘ ପ୍ରଚାରକ ଓ ପୂର୍ବ କ୍ଷେତ୍ର ସାମାଜିକ ସମରସତା ପ୍ରମୁଖ ମାନନୀୟ ଗୌତମ ସରକାର ମୁଖ୍ୟଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ସମୟ ବିଶ୍ୱଗୁରୁ ଭାରତ ନିର୍ମାଣର ଓ ଭିଜନ ମାଧ୍ୟମରେ ଏହାକୁ ପ୍ରାପ୍ତ କରିପାରିବ ବୋଲି ମାର୍ଗଦର୍ଶନ କରିଥିଲେ l

Pearl dental clinic
Near Ashish Medical Store, Bhawanipatna


ଅଧିବକ୍ତା ପରିଷଦର ସଭାପତି ସନ୍ତୋଷ କୁମାର ମୁଣ୍ଡଙ୍କ ଆବାହକତ୍ୱରେ ଓ ମଞ୍ଚର ଉପଦେଷ୍ଟା ଆଦିତ୍ୟ କୁମାର ମୁଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପରିଚୟ ପ୍ରଦାନ ସହିତ ମଞ୍ଚ ସଂଯୋଜନା କରିଥିଲେ l ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ଓ ସ୍ୱାବଲମ୍ବୀ ଭାରତ ଅଭିଯାନ ଜିଲ୍ଲା ସମନ୍ଵୟକ ଯୁବ ଉଦ୍ୟୋଗୀ ପ୍ରତୀକ ଯୋଷୀ ଭିଜନ କଳାହାଣ୍ଡି ସହିତ ଆଜିର ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସନ୍ତୋଷ କୁମାର ମୁଣ୍ଡ ପ୍ରାସ୍ତାବିକ ଭାଷଣ ଦେଇ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ.ଅଜୟ ମିଶ୍ର, ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢେଇ, ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉପକୂଳ ସଚିବ ମେଜର ଜୟଦେବ ସାହୁ ପ୍ରମୁଖ, ବଣିକ ସଂଘ ସଭାପତି ବିଜୟ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସନ୍ତୋଷୀ ଦାସ, ଅନୀତା ପ୍ରଧାନ, ସୁମିତ ରାଉତ, ଆଇନଜୀବୀ ଲୋକନାଥ ନାୟକ, ଆଶୋକ ପଟ୍ଟନାୟକ, ପ୍ରମେୟ ଜିଲ୍ଲା ପ୍ରତିନିଧି ସନ୍ତୋଷ ସିଂଦେଓ, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଓ ଏକେଏନ ନ୍ୟୁଜ ସମ୍ପାଦକ ଅମୀୟ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ l
ଆଇନଜୀବୀ ଦେବେନ୍ଦ୍ର ମହାନ୍ତି, ଦିଲ୍ଲୀପ ସା,ଜୟଶଙ୍କର ନାଏକ, ସତ୍ୟନାରାୟଣ ପଣ୍ଡା, ସୁଧାଂଶୁ ଶେଖର ମହାପାତ୍ର, ପ୍ରକାଶ ସା, ଜୀବନାନନ୍ଦ ବେହେରା, ପ୍ରଶାନ୍ତ ବାରିକ, କୃଷ୍ଣ ପୁଝାରୀ, କିରଣ କୁମାର ସ୍ବାଇଁ, ଶାଶ୍ଵତ ଶଙ୍କରର ହୋତା, ମନୋଜ କୁମାର ତାଣ୍ଡି, ଚିଦାନନ୍ଦ ସାହୁ ଦିନେଶ ଗୌଡ଼, ବଣିକ ସଂଘ ସଭାପତି ବିଜୟ ସାହୁ,ମାତୃଶକ୍ତିର ସବିତା ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ପିଙ୍କି ସାହୁ, ସୋଭଗିନୀ ପାତ୍ର, ଗୀତାଞ୍ଜଳି ପ୍ରଧାନ, ଶର୍ମିଷ୍ଠା ନାଏକ ଉପସ୍ଥିତ ଥିଲେ l ଅଧିବକ୍ତା ପରିଷଦର ସଂପାଦକ, ଆଇନଜୀବୀ ଚିଦାନନ୍ଦ ସାହୁ ଦିନେଶ ଗୌଡ଼ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଶେଷରେ ମଞ୍ଚର ଜିଲ୍ଲା ସଂଯୋଜକ ଆଇନଜୀବୀ ନକୁଳ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.