ଧାମନପୁର ଗାଁରେ ସ୍ମଶାନ ଘାଟରୁ ଫେରିଲା ଶବ, ପୋଲିସର ତଦନ୍ତ ଜାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଧାମନପୁର ଗାଁରେ ଅଭାବନିୟ ଘଟଣା ଘଟିଛି। ସ୍ମଶାନ ଘାଟ ରୁ ଶବ ଫେରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଧାମନପୁର ଗାଁ ରେ ସୋମବାର ଅପରାହ୍ନ ୨ ଟା ସମୟରେ ଗାଁ ର ଶ୍ରୀଧର ମଲ୍ଲିକ ଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ ବନ୍ଧୁ କୁଟୁମ୍ବ ସହିତ ଶବ ଦାହ କରିବା ପାଇଁ ଗାଁ ସ୍ମଶାନ ଘାଟ କୁ ନେଇଥିବା ବେଳେ ଗାଁ ଲୋକେ ହତ୍ୟା ଜନିତ ଘଟଣା ବୋଲି ପୋଲିସକୁ ଖବର ଦେବା ପରେ ଦଶପୁର ଫାଣ୍ଡି ଏସଆଇ ସୁଶାନ୍ତ ପଣ୍ଡା ଓ ଗୋଲାମୁଣ୍ଡା ଏସ ଆଇ ରାଜେଶ ପରିଡା ସ୍ମଶାନ ଘାଟରୁ ଶବ ଜବତ କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ପାଇଁ ନେଇଥିଲେ। ମଦ ପିଇ ଶ୍ରୀଧର ମଲ୍ଲିକ ଙ୍କ ମୃତ୍ୟୁ ହୋଇଥିବା ବଡ଼ ପୁଅ ଗୋଲାମୁଣ୍ଡା ଥାନା ରେ ଏତଲା ଦେଇଥିବା ତାଙ୍କ ପୁଅ ବିଦୁ ମଲ୍ଲିକ ପ୍ରକାଶ କରିଛନ୍ତି। ପୋଲିସ ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିବା ବେଳେ ସୋମବାର ରାତ୍ରି ହୋଇ ଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା। ଗତକାଲି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏ ଉପରେ ଗୋଲାମୁଣ୍ଡା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଆଇ ଆଇ ସି ଶ୍ଵେତା ପଦ୍ମା ସେଠ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.