ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ମହାରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ପାଳନ ଓ ସ୍ଥାପନା-୨୦୨୪ ଉଜ୍ଜାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ମହାରାଣୀ ଲକ୍ଷ୍ମୀବାଇ ଜୟନ୍ତୀ ପାଳନ ଅବସରରେ ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ସ୍ଥାପନା-୨୦୨୪ ଉଜ୍ଜାପିତ ହୋଇଯାଇଛି। ସକାଳ ୧୦ଟାରେ ବିଜ୍ଞାନ ମେଳା, ଚିତ୍ରାଙ୍କନ ପ୍ରଦର୍ଶନୀ ଓ ଖାଦ୍ୟ ମେଳାକୁ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ଶ୍ରୀ ରାଧାକାନ୍ତ ଦାଶ ମୁଖ୍ୟ ଅତିଥି ଓ ଇଂ. ଅମୁଲ୍ୟ କୁମାର ପଣ୍ଡା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଉକ୍ତ ମେଳାର ଶୁଭ ଉଦଘାଟନ କରିଥିଲେ। ଶିକ୍ଷାବିତ ପ୍ରଭାସ ଚନ୍ଦ୍ର ମିଶ୍ର ଓ ବିଶିଷ୍ଟ ସମାଜସେବୀ ଇଂ. ବିଜୟ କୁମାର ସାହୁ ବିଚାରକ ଭାବେ ଯୋଗଦେଇଥିଲେ। ସନ୍ଧ୍ୟାରେ କଲ୍ୟାଣି ଟ୍ରଷ୍ଟର ନିର୍ଦେଶକ ଶିକ୍ଷାବିତ ଜୟରାମ ସାହୁଙ୍କ ସଭାପତିତ୍ୱର ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଡ଼. ଦମୟନ୍ତି ବେଶ୍ରା, ମୁଖ୍ୟବକ୍ତା ବିଶିଷ୍ଟ ସମ୍ବାଦିକା ସତରୂପା ସାମନ୍ତରାୟ ଓ ଅନୁଷ୍ଠାନର ପରିଚାଳନାକମିଟି ଅଧ୍ୟକ୍ଷା ନମିତା ସାହୁ ମଞ୍ଚାସିନ ଥିଲେ।ଅତିଥିବୃନ୍ଦ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ମହାରାଣୀ ଲକ୍ଷ୍ମୀବାଇଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣକରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। +୨ ଅଧକ୍ଷ୍ୟା ଦୀପା ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିବୃନ୍ଦ ମହାରାଣୀ ଲକ୍ଷ୍ମୀବାଇଙ୍କ ସାହାସିକତା ଓ ଆଦର୍ଶର ଗୁଣଗାନ କରିବା ସହ ମହାବିଦ୍ୟାଳୟରେ ଆୟୋଜିତ ପାରମ୍ପରିକ କ୍ରୀଡା ଯେମିତିକି ବହୁଚୋରି, ଫିତୋ, ଗିଳିଦଣ୍ଡା ଭଳି କ୍ରୀଡ଼ାର ପୁନର୍ବାର ପ୍ରସାର କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ। ଓଡ଼ିଆ ଅଧ୍ୟାପିକା ସସ୍ମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପିକା ଶୁଭ୍ରଜୋତି ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.