ବାଲେଶ୍ଵରରେ ଅନୁଷ୍ଠିତ ହେଲା ୮୯ତମ କମଳାକାନ୍ତ ଜୟନ୍ତୀ

କବି କମଳାକାନ୍ତଙ୍କ କବିତାରେ ଅଛି ଜିଉଁଥିବା ଜୀବନର ଉପଲବ୍ଧି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କମଳାକାନ୍ତ ଥିଲେ ମାନବବାଦର କବି । ତାଙ୍କ କବିତା ଉତ୍ତର ଆଧୁନିକତାର ଧାରାରେ ଅନୁବନ୍ଧିତ। ତାଙ୍କ ଉଦୟ ଓ ଅସ୍ତ ଥିଲା ନିଜ ଅକ୍ତିଆରରେ। ତାଙ୍କ ଅଙ୍ଗୁଳି ଅଗର ଅସ୍ଥିରପଣ ତାଙ୍କୁ ସଜେଇ ନେଇଥିଲା। ପ୍ରତି କବିତାର ସ୍ୱତନ୍ତ୍ର ମୁଦ୍ରା ଓ ସ୍ୱରଲିପି, ତାଙ୍କ କବିତାମାନେ ନିଜେ ନିଜଠୁ ଭାଙ୍ଗି ହୋଇ ବିଭାଜିତ ଯେତିକି, ଅନୁବନ୍ଧିତ ସେତିକି। ତାଙ୍କର କବିତା ସମସ୍ତଙ୍କ ଭିତରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛି। ତେବେ ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ମିଳି ପାରିଲାନି ବୋଲି ଆଜି ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଭଦ୍ରକ ସ୍ଥିତ କବି କମଳାକାନ୍ତ ସାହିତ୍ୟ ସମାଜ ଓ ଚନ୍ଦ୍ରଭାଗା ପକ୍ଷରୁ ଅନୁଷ୍ଠିତ ହୋଇଥିବା ୮୯ତମ କମଳାକାନ୍ତ ଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

କଥାକାର ରଜନୀକାନ୍ତ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମଳାକାନ୍ତଙ୍କ ପୁଅ କବି ସୀତାଂଶୁ ଲେଙ୍କା ସ୍ୱାଗତ ଭାଷଣ ଦେଇଥିବା ବେଳେ ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କମଳାକାନ୍ତଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ କମଳାକାନ୍ତଙ୍କ ପ୍ରିୟତମ ଛାତ୍ର ତଥା ଗବେଷକ ଡକ୍ଟର କୁଞ୍ଜବିହାରୀ ଧଳ ଯୋଗ ଦେଇ କମଳାକାନ୍ତୀୟ କାବ୍ୟାନୁଭବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ପାତ୍ର ଯୋଗଦେଇ କମଳାକାନ୍ତଙ୍କ ବ୍ୟକ୍ତିତ୍ଵ, କବିତା ଓ ଜୀବନ ସମ୍ପର୍କରେ ଆଲୋକପାତ କରି କହିଲେ ଯେ କମଳାକାନ୍ତଙ୍କ କବିତାରେ ବଞ୍ଚୁଥିବା ସମୟର କଥା ଅତି ପ୍ରାଞ୍ଜଳ ଭାବରେ କୁହାଯାଇଛି। ଅନ୍ୟତମ ଅତିଥି ଭାବେ କବି ପ୍ରଭାତ ନଳିନୀ ମହାପାତ୍ର, କବି ଓ ଗାଳ୍ପିକ କୃଷ୍ଣ କୁମାର ମହାନ୍ତି, କବି ସମରେନ୍ଦ୍ରନାଥ ମହାପାତ୍ର, କବୟିତ୍ରୀ ପ୍ରୀତିଲେଖା ଦାସ, କବି ଅବନି ପ୍ରଧାନ, କବୟିତ୍ରୀ ଯଶୋଧାରା ଦାସ, କବି ଉତ୍ପଳ ମହାନ୍ତି ପ୍ରମୁଖ ଯୋଗ ଦେଇ କମଳାକାନ୍ତଙ୍କ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ କବିଙ୍କ ନିର୍ବାଚିତ କବିତା ପାଠ କରିଥିଲେ। ଆଗାମୀ ଦିନରେ କମଳାକାନ୍ତ ମେମୋରିଆଲ ଟକ୍ ଏବଂ ତାଙ୍କ ନିର୍ବାଚିତ କବିତାର ଏକ ସଂକଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ କବି ସିତାଂଶୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.