ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଦର୍ଶନ କଲେ ବ୍ଳକ ଉପାଧ୍ୟକ୍ଷ

ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ସିସିଙ୍କ ସହ ଆଲୋଚନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଚଳିତ ରବି ଋତୁର ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଜଳ ସେଚନ ବନ୍ଦ ହେବା ନେଇ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପରେ ଚାଷୀ ମହଳରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଚାଷୀ ମାନେ ବୈଠକ, ଆଲୋଚନା ସହ ବିଭିନ୍ନ ସମୟରେ ଦାବିପତ୍ର ପ୍ରଦାନ କରାଯାଇ ଆସୁଅଛି। ଏନେଇ ବୁଧବାର କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମହୁଲପାଟଣା ଯାଇ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଦର୍ଶନ କରିବା ସହ ଜଳ ସଂରକ୍ଷଣ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଉପର ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି, ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। କିଭଳି ଭାବରେ କୋକସରା ଅଞ୍ଚଳ ଚାଷମାନେ ମେଗା ଲିଫ୍ଟ କେନାଲରୁ ରବି ଋତୁର ପାଣି ପାଇବେ ସେନେଇ ଆଲୋଚନା କରିଛନ୍ତି। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଗତ ବର୍ଷ ଏହି ସମୟରେ ୫୬ ମି. ଜଳସ୍ତର ରହିଥିବାବେଳେ ଚଳିତ ବର୍ଷ ହାରାହାରି ୪୬ ମି. ରହିଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ମେଗା ଲିଫ୍ଟ କେନାଲ ୪୩ କିମି ପର୍ଯ୍ୟନ୍ତ ରହିଥିବାବେଳେ ପ୍ରାୟ ୨୬ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ହେଉଥିବା ସୂଚନା ରହିଛି। ଚଳିତ ବର୍ଷ ଜଳ ସେଚନ ବନ୍ଦ ହେଲେ ଅଞ୍ଚଳର ଚାଷୀମାନେ ବ୍ୟାପକ କ୍ଷତି ସହିବେ ବୋଲି ଅନୁମାନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.