ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଆନ୍ତର୍ଜାତୀୟ ଶିଶୁ ଅଧିକାର ଦିବସରେ ବୁର୍ଲା ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବାବୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ ଶିଶୁ ଅଧିକାର, ବାଲ୍ଯ ବିବାହ, କିଶୋର ନ୍ୟାୟ ଆଇନ୍ ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ଟାଟା ପାୱାର ମାନବ ସମ୍ବଳ ବିଭାଗ ପରିଚାଳକ କିରଣମୟ ପରିଡ଼ା ଶିଶୁ ସୁରକ୍ଷା, ସଚେତନତା ଉପରେ ଗୁରୁତ୍ଵ ଦେଇଥିଲେ। ବାଲ୍ଯ ବିବାହ ମୁକ୍ତ କିପରି କରାଯାଇ ପାରିବ ତା ସକାଶେ ଉପସ୍ଥିତ ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ସଂକଳ୍ପ ପାଠ କରିଥିଲେ। ଉପରୋକ୍ତ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ, ଶିଶୁ କଲ୍ଯାଣ ସମିତି, ବାଳିକା ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଛାତ୍ରୀ ଉପସ୍ଥିତ ଥିଲେ।