ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଓ ସାମାଜିକ ସମରସତା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ଵ ହିନ୍ଦୁ ପରିଷଦ କଳାହାଣ୍ଡି ବିଭାଗ ପକ୍ଷରୁ ସ୍ଥାନୀୟ ଆର୍ଟ ଅଫ୍ ଲିଭିଙ୍ଗ ଜ୍ଞାନ କ୍ଷେତ୍ର ପରିସରରେ ସନ୍ଥ ସମ୍ମିଳନୀ ଓ ସଂସ୍କୃତି ଭବନ ଠାରେ ସାମାଜିକ ସମରସତା ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ କୋଲକାତା କ୍ଷେତ୍ର ସାମାଜିକ ସମରସତା ପ୍ରମୁଖ ଗୌତମ ସରକାର ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ l ସନ୍ଥ ସମ୍ମିଳନୀରେ କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀର ସଦସ୍ୟ ବାବା ପ୍ରଭାକର ଦାସ, ସୁଦର୍ଶନ ଦାସ, ବ୍ରହ୍ମଚାରୀ ସୁଧୀର ଚୈତନ୍ୟ, ମଧୁ ବାବା, ମନୋଜ ବାବା, ଭଗବାନ ଦାସ, ଗାୟତ୍ରୀ ପରିବାରର ସନ୍ତୋଷ ପଣ୍ଡା, ଆର୍ଯ୍ୟ ସମାଜର ଗଦାଧର ମହାପାତ୍ର, ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି, ଉପାଧ୍ୟକ୍ଷା ଡାକ୍ତର ହେମାଙ୍ଗିନୀ ମେହେର, ପ୍ରାନ୍ତ ସମ୍ପାଦକ ଭକ୍ତ ଚରଣ ସାହୁ, ପ୍ରାନ୍ତ ସାମାଜିକ ସମରସତା ପ୍ରମୁଖ ଶାନ୍ତନୁ କୁସୁମ, ସହ ପ୍ରମୁଖ ସୂର୍ଯ୍ୟନାରାୟଣ ଯୋଷୀ ଯୋଗଦେଇ ଯାତ୍ରା ଯୋଜନା ପ୍ରସ୍ତୁତ କରିଥିଲେ l ବୈଠକରେ ଧାର୍ମାନ୍ତରିତ ହିନ୍ଦୁମାନଙ୍କୁ ପରାବର୍ତ୍ତନ କରିବା l ଗୋଟିଏ କୁଅରୁ ସମସ୍ତ ହିନ୍ଦୁ ପାଣି ପିଇବା ସହିତ ଗୋଟିଏ ମନ୍ଦିର ପ୍ରବେଶ ତଥା ଗୋଟିଏ ଶ୍ମଶାନରେ ଶବ ସଂସ୍କାର କରିପାରୁଥିବା ଏକ ସମରସ ହିନ୍ଦୁ ସମାଜ ନିର୍ମାଣ ପାଇଁ ସମଗ୍ର ଦେଶରେ ଡିସେମ୍ବର ମାସ ୨୨ ରୁ ୨୮ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ ସାମାଜିକ ସମରସତା ଯାତ୍ରା କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ କରାଯାଇଥିଲା l ଯାତ୍ରା ସମୟରେ କଳାହାଣ୍ଡି ବିଭାଗରେ ପ୍ରତିଦିନ ୪ ଟି ଗ୍ରାମରେ ପରିବାର ସମ୍ପର୍କ, ସତସଙ୍ଗ ଓ ପରିବାର ପ୍ରବୋଧନ ଓ ସାମାଜିକ ସମରସତା ବିଷୟରେ ପ୍ରବଚନ ଓ ଉଦବୋଧନ କାର୍ଯ୍ୟକ୍ରମ ସହିତ ରାତ୍ରି ରହଣୀ ଆଦି ବ୍ୟବସ୍ଥା ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଥିଲା l ବୈଠକରେ “ଜାତ ପାତ୍ କୋ କରୋ ବିଦାୟୀ ହିନ୍ଦୁ ହିନ୍ଦୁ ଭାଇ ଭାଇ” “ଏକ ହେଁ ତୋ ସେଭ୍ ହେଁ” ଏଭଳି ଆହ୍ବାନକୁ ସ୍ବୀକାର କରି ଛୁଆଁ ଅଛୁଆଁ ଭେଦଭାବ ଦୂର କରି ଏକ ସମରସ ହିନ୍ଦୁ ସମାଜ ନିର୍ମାଣ ପାଇଁ ସଂକଳ୍ପ ନେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ପ୍ରଧାନ, ଭାଗିରଥି ଭୋଇ, ଜିଲ୍ଲା ସମ୍ପାଦକ ସେବକରାମ ସାହୁ, ମାତୃଶକ୍ତିର ଜ୍ୟୋତି ପ୍ରଧାନ, ଏକଲ ଗୋରକ୍ଷା ପ୍ରମୁଖ ପ୍ରଦୀପ ସ୍ବାଇଁ, ଅଞ୍ଚଳ ପ୍ରମୁଖ, ସଞ୍ଚ ପ୍ରମୁଖ ଅଚର୍ଯ୍ୟମନେ ମଧ୍ୟ ଉପସ୍ଥିତ ଥିଲେ l ଏହି ଯାତ୍ରା ସମ୍ବନ୍ଧୀୟ ପରବର୍ତ୍ତୀ ବୈଠକ ଡିସେମ୍ବର ୧ ତାରିଖରେ ହେବ ବୋଲି ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ସତ୍ୟନାରାୟଣ ଥନାପତି ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.