ସମ୍ବଲପୁରି କଳା ସଂସ୍କୃତି ଅନୁଷ୍ଠାନ ପାମରାର ଚତୁର୍ଥ ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସମ୍ବଲପୁରି କଳା ସଂସ୍କୃତି ଅନୁଷ୍ଠାନ ପାମରାର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅମୀୟ ପ୍ରଧାନ, ବିଜେପି ସଭାପତି ବସନ୍ତ କୁମାର ସାହୁ, ପାମରା ଗ୍ରାମର ନଳିନ ରଞ୍ଜନ ସାହୁ, ନାଏକ ସରପଞ୍ଚ ଲଳିତ ରାଉତ, ବୌଦ୍ଧରୁ ଆସିଥିବା ସ୍ୱରାଜ କୁମାର କହଁର, ପ୍ରଦୀପ ରାଉତ, ଛତ୍ରମଣି ରୋହିଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଥମେ ମା ସମଲେଇଙ୍କର ପୂଜାର୍ଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୋନପୁର ବିନକାରୁ ଆସିଥିବା ନୃତ୍ୟ ନିକେତନ ସମ୍ବଲପୁରୀ ନୃତ୍ୟ ଦଳ ନୃତ୍ୟ ପରିବେଷଣ କରି ସଭିଙ୍କୁ ଉତ୍ସାହିତ କରିଥିଲେ। ତା ସହ ପାମରା ଗ୍ରାମର ଅନେକ ଛୋଟ ଛୋଟ ଝିଅ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ନିଜ ନିଜର ସମ୍ବଲପୁରୀ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଏହା ବ୍ୟତିରେକ ବହୁତ କଳାକାରଙ୍କର ଆଗମନ ଅନୁଷ୍ଠାନର ଏହି ଚତୁର୍ଥ ବାର୍ଷିକ ଉତ୍ସବକୁ ରଶାଣିତ କରିଥିଲା। ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟର ମାହୋଲରେ ସାରା ଗାଁ ଝୁମି ଉଠିଥିଲା। ଅତିଥିମାନେ କଳା ସଂସ୍କୃତିକୁ ଉଜ୍ଜିବିତ କରୁଥିବାରୁ ଅନୁଷ୍ଠାନର ପ୍ରଶଂସା କରିଥିଲେ। ଏହି ଅବସରରେ କଳାକାର ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନର ପ୍ରତିଷ୍ଠାତା  ଟୋନିସ ରୋହିଦାସ ଓ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଭୋଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ତାଙ୍କ ସହ ଅନୁଷ୍ଠାନର ବିନୋଦ ରାଉତ, ଅନିଲ ରଣା, ଦୀପକ ରୋହିଦାସ, ଚନ୍ଦ୍ରମଣି ରୋହିଦାସ, ବିରଞ୍ଚି ଖିଲାରି, ପ୍ରଶାନ୍ତ ମେହେର, ଚିନ୍ତାମଣି ରଣା, ସମିୟ ବାରିକଙ୍କ ସମେତ ବହୁ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.