ସୁବର୍ଣ୍ଣପୁର ସିଏସଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ସୋନପୁରସ୍ଥିତ ଭଡାଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଏକକାଳୀନ ୧୧ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ। ବଲାଙ୍ଗୀର ତୁଳସୀନଗର ସ୍ଥିତ ବାସଭବନ ଓ ସଂପର୍କୀୟଙ୍କ ଘର, ବରଗଡ଼ ଜିଲ୍ଲା ବଲଣ୍ଡା ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ଵରରେ ସ୍ଥିତ ଭଡ଼ାଘର, ବରଗଡ଼ ଗଙ୍ଗାଧର ସାହି ସ୍ଥିତ ସମ୍ପର୍କୀୟଙ୍କ ଭଡ଼ାଘର, ବଲଣ୍ଡାରେ ଥିବା ଭାଇଙ୍କ ଫ୍ଲାଏ ଆସ୍ ବ୍ରିକ୍ସ ଫାକ୍ଟ୍ରି, ବରଗଡ଼ ବିଜେପୁର ଥାନା ପହଣ୍ଡିରେ ଥିବା ଭାଇଙ୍କ ପେଟ୍ରୋଲ ପମ୍ପ ଇତ୍ୟାଦି ସ୍ଥାନରେ ଚଢାଉ ହୋଇଛି। ରେଡ ବେଳେ ସୋନପୁର ଭିଜିଲାନ୍ସ ବିଭାଗର ଡିଏସପି ରିତାଞ୍ଜଳି ପ୍ରଧାନ ନେତୃତ୍ୱରେ ୨ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନସପେକ୍ଚର ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ସ୍ଥିତ ଭଡ଼ାଘରେ ୧ ଲକ୍ଷ ୪୯ ହଜାର ନଗଦ ଅର୍ଥ ମିଳିଥିବା ଜଣାପଡ଼ିଛି। ସେହିପରି ତାଙ୍କର ବିଭିନ୍ନ ସ୍ଥାନରେ ଘର ସହ ପ୍ଲଟ ମାନେ ଥିବା ଜଣାପଡିଛି। ତେବେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ରହିଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ପାଣିଗ୍ରାହୀ ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଥିବ ବିଷୟ ମଧ୍ୟ ବିଭିନ୍ନ ଚା ଖଟିରେ ଚର୍ଚ୍ଚା ଜୋର୍ ଧରିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.