ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ମୋଟେର ଫାଣ୍ଡି ଅଧିନସ୍ଥ କୁସୁମଖୁଣ୍ଟି ସ୍ଥିତ ନୀଳକଣ୍ଠେଶ୍ଵର ମହାଦେବ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ କେଉଁ ଦୁର୍ବୁତ୍ତ ଦାନବାକ୍ସର ତାଲା ଭାଙ୍ଗି ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ସକାଳୁ ମନ୍ଦିର ପୂଜକ ଅଶୋକ ଦାସ ମନ୍ଦିର ଖୋଲାଥିବା ଦେଖି ପରିଚାଳନା କମିଟି ଓ ମୋଟେର ଫାଣ୍ଡିକୁ ଅବଗତ କରିଥିଲେ। ଖବର ପାଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ବାରମ୍ବାର ଏହି ମନ୍ଦିରରୁ ଚୋରି ହେଉଥିବା ବେଳେ ସିସି ଟିଭି କ୍ୟାମେରା କିମ୍ବା ରାତ୍ର ଜଗୁଆଳି ନିୟୋଜିତ କରିବାକୁ ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ମହଲରେ ଦାବୀ ହେଉଛି।