ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୭୬ତମ ବାର୍ଷିକ ସମାରୋହ: ସମ୍ମାନିତ ହେଲେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଏନସିସି ଅଧିକାରୀ ଏବଂ କ୍ୟାଡେଟ୍

ଓଡ଼ିଆ ବାର୍ତ୍ତା/ କଟକ: ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନସିସିର ୭୬ତମ ବାର୍ଷିକ ସମାରୋହ କଟକ ସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଥିବା ବେଳେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାଭାଲ ୟୁନିଟର ଏନସିସି ଅଫିସର ସବ୍ ଲ୍ୟୁଟନାଣ୍ଟ ଡକ୍ଟର ନଳିନୀକାନ୍ତ ରଣା ପୁରସ୍କୃତ ହୋଇଛନ୍ତି । ତାଙ୍କ ସହ ଦୁଇ ଜଣ କ୍ୟାଡେଟ୍ ଜ୍ୟୋସ୍ନା ଛତ୍ରିଆ ଓ ମହେଶ୍ୱର ବରାଳ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବହୁ କ୍ୟାଡେଟ୍ ଓ ଏନସିସି ଅଧିକାରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ୫୦୦୦ରୁ ଅଧିକ ସ୍କୁଲ ଓ କଲେଜର ଏନସିସି କ୍ୟାଡେଟ୍ ଯୋଗ ଦେଇଥିଲେ । କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ତରଫରୁ ପୁରସ୍କୃତ ଏନସିସି ଅଧିକାରୀ ଏବଂ କ୍ୟାଡେଟ୍ ମାନଙ୍କୁ ଶୁଭେଚ୍ଛା ଜଣା ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.