ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତକାଲି ସକାଳ ୧୧.୪୫ ମିନିଟ ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ଗ୍ରାମପଂଚାୟତ ଲାଞ୍ଜି ଗ୍ରାମର ବିଶିଷ୍ଟ ସମାଜସେବୀ କୃପାସିନ୍ଧୁ ସାହୁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ବିଗତ ଦିନରେ ଅଞ୍ଚଳର ବିକାଶରେ ତାଙ୍କର ଅନେକ ଭୂମିକା ଥିଲା। ବିଗତ ଦିନରେ ସେ କେଗାଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସମ୍ପାଦକ, ଲାଞ୍ଜୀ ଉଚ୍ଚ ବିଦ୍ୟାଳୟର ସଭାପତି, ଲାଞ୍ଜୀ ପଞ୍ଚସଖା ଗ୍ରାମ୍ୟ କମିଟିର ସଭାପତି ଓ ବିଜେପି ଦଳର ଆଗଧାଡିର ନେତା ଥିଲେ। ତାଙ୍କ ବିୟୋଗ ସମୟରେ ତାଙ୍କ ସପରିବାର ଉପସ୍ଥିତ ଥିବା ବେଳେ ବଡପୁଅ ଭୂପେନ୍ଦ୍ର ସାହୁ ମୁଖଗ୍ନି ଦେଇଥିଲେ। ତାଙ୍କ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।





