ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ସ୍ଥାନୀୟ ବିଜୟାନନ୍ଦ ପବ୍ଲିକ୍ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇ ଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅମର ନାଏକଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା ପରିଷଦର ସଭାପତି ପ୍ରିୟବ୍ରତ ସିପକା, ସମ୍ମାନିତ ଅତିଥି ଭାବେ ଗୋଲାମୁଣ୍ଡା ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍, ସମିତି ସଭ୍ୟ ପ୍ରତିନିଧି ସୁବାଷ ନାଏକ, ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ପରିଚାଳନା ପରିଷଦର ସମ୍ପାଦକ ରୋହିତ ତାଣ୍ଡି ପ୍ରମୁଖ ଯୋଗ ଦେଇ କୁନି ଛାତ୍ର ଛାତ୍ରୀଙ୍କ ପ୍ରକଳ୍ପ ଦେଖିବା ସହ ସେମାନଙ୍କ ଅଭିନବ ପରିକଳ୍ପନା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ। ବିଚାରକ ଭାବେ ଅଧ୍ୟାପକ ହରେକୃଷ୍ଣ ମେହେର, ଉଦ୍ଧବ ନାଏକ,ପ୍ରଶନ୍ନ କୁମାର ପ୍ରଧାନ, ଦିଲ୍ଲୀପ କୁମାର ସ୍ବାଇଁ ଓ ପ୍ରମୋଦ ମହାନ୍ତି ପ୍ରମୁଖ ଯୋଗ ଦେଇ କୁନି ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଏହି ପ୍ରଦର୍ଶନୀ ରେ ସ୍ଥାନ ପାଇଥିବା ୨୪ଟି ପ୍ରକଳ୍ପରେ ମୋଟ ୮୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁ ବିଜ୍ଞାନୀ ମାନଙ୍କ ପ୍ରତିଭା ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଉପାଧ୍ୟକ୍ଷା ଅଳକା କେଶରୀ, ବିଜୟଲକ୍ଷ୍ମୀ ପଣ୍ଡା, ଗୁଣନିଧି ରାଉତ, ସନ୍ଧ୍ୟାରାଣୀ ଖମାରୀ, ବିରେନ୍ଦ୍ର ସେନାପତି, ଶମ୍ଭୁନାଥ ମେହେର, ଲକ୍ଷ ରାଉତ, ଲୋପାମୁଦ୍ରା ରାଉତ, ସଂଯୁକ୍ତା ଲାକ୍ରା, ଯତୀନ୍ଦ୍ର ଚଲାନ, ଆକାଶ ଦାସ, ସସ୍ମିତା ପଧାନ, ରାଜେଶ୍ୱରୀ ସାହୁ, ଜେନେଭା ଶାଳୀନି ସୀପକା, ଦେବାଶିଷ ତେଜୀ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.