ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ସୁବର୍ଣ୍ଣପୁର ଶାଖା ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଫୁଲବାଣୀ ର ବରିଷ୍ଠ ଓକିଲ ଭି ଭି ରାମଦାସ ଓ ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧିବକ୍ତା ପରିଷଦର ସଭାପତି ପ୍ରଫୁଲ୍ଲ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଏଡଭୋକେଟ ଶ୍ରୀକାନ୍ତ ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରିଷଦର ସଂପାଦକ ଏଡଭୋକେଟ ବଳଦେବ ପ୍ରଧାନ ଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଶାଖାର ସମସ୍ତ କର୍ମକର୍ତ୍ତାଙ୍କ ସହ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ ଓ ସମ୍ବିଧାନ ପ୍ରଣେତାଙ୍କ ସ୍ମୃତିଚାରଣ କରି ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ । ଆମ ସମ୍ବିଧାନ ପାଇଁ ଆମେ ଗର୍ବିତ ହେବା ବୋଲି ଅତିଥିମାନେ ମତ ଦେଇଥିଲେ । ଏଡଭୋକେଟ ରଶ୍ମି ରଂଜନ ଦାଶ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.