ସୁନାଥରେ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଶିକ୍ଷା ପରିଷଦ ଓଡିଶା ଦ୍ବାରା ଆୟୋଜିତ ଚଳିତ ବର୍ଷର ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ ମେଳା ପରମାନନ୍ଦ ଶିଶୁ ବିଦ୍ୟାମନ୍ଦିର, ସୁନାଥର ଠାରେ ଶିକ୍ଷାପରିଷଦ, ଓଡିଶାର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥୀ ରୂପେ ବ୍ଲକ ଅଧକ୍ଷା ପିଙ୍କି ବେହେରା, ଓ ଶ୍ରୀଯୁକ୍ତ ସିମାଞ୍ଚଳ ରଥ, ବି ଆର ସି ସି ଉପସ୍ଥିତ ରହି ଶିଶୁ ବିଜ୍ଞାନ ମେଳାରଶୁଭାରମ୍ଭକରିଥିଲେ । ବିଚାରକ ରୂପେ ଶ୍ରୀ ରାଜେନ୍ଦ୍ର କୁମାର ନାହାଜ, ଶ୍ରୀ ନିରଞ୍ଜନ ନାୟକ, ଶ୍ରୀ ଅଜୟ କୁମାର ପାଣିଗ୍ରାହି, ଶ୍ରୀ ପିତବାସ ବସନ୍ତିଆ, ଶ୍ରୀ ଏସ୍.ଲକ୍ଷ୍ମୀ ନାରାୟଣ ପାତ୍ର. ଶ୍ରୀ ନୀଳକଣ୍ଠ ବେହେରା ଯୋଗଦାନ କରି ମୋଟ ୧୨୭ଟି ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ଏଥିରେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲା ଯଥା କନ୍ଧମାଳ, ଗଞ୍ଜାମ, ବାଲେ ଶ୍ବର, ନୟାଗତ, ଜଗତସିଂହ ପୁର, ବଲାଙ୍ଗିର, ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ସମ୍ବଲପୁରର ଶିକ୍ଷାପରିଷଦ ଓଡିଶା ସହ ସହବନ୍ଧିତ ବିଦ୍ୟାଳୟ ଗୁଡିକର ଛାତ୍ର ଛାତ୍ରୀମାନେ ଆସି ସେମାନଙ୍କ ର ପ୍ରକଳ୍ପକୁ ଉପସ୍ଥାପନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବରେଣ୍ୟ ଅତିଥୀ ରୂପେ ଶ୍ରୀମତୀ ପିଙ୍କି ବେହେରା, ଅଧ୍ୟକ୍ଷା, ପୁରୁଷୋତ୍ତମପୁର ପଞ୍ଚାୟତ ସମିତି, ମୁଖ୍ୟବକ୍ତା ଭାବେ ଶ୍ରୀ ଅନୀଲ କୁମାର ନାହାକ, ସ୍ଥାନୀୟ ସରପଞ୍ଚ ଓ ସମ୍ମାନନୀୟ ଅତିଥୀ ରୂପେ ଶ୍ରୀ ବିଷ୍ଣୁ ପ୍ରସାଦ ରଥ, ସଂପାଦକ, ସାମନ୍ତ ଚନ୍ଦ୍ର ଶେଖର ଶିକ୍ଷାକେନ୍ଦ୍ର, ଖଣ୍ଡପଡା, ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ସାମ୍ବାଦିକ ତଥା ସଂପାଦକ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, କନ୍ଧମାଳ, ଶ୍ରୀମତୀ ନମିତା ବସନ୍ତିଆ, ସ୍ଥାନୀୟ ସମିତି ସଭ୍ୟା, ଶ୍ରୀ ଜଗତବନ୍ଧୁ ପଣ୍ଡା, ସମାଜ ସେବୀ, ଶ୍ରୀ ଇନ୍ଦ୍ରଜିତ ନାୟକ, ସରପଞ୍ଚ, ଯାମୁନୀ, ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍, ଶ୍ରୀ ଏସ୍.ଲକ୍ଷ୍ମୀନାରାୟଣ ପାତ୍ର, ସ୍ଥାନୀୟ ସି ଆର ସି ସି ଶ୍ରୀ ପିତାମ୍ବର ମହାଙ୍କୁତ, ପ୍ରଧାନ ଆଚାର୍ଯ୍ୟ ଯୋଗଦାନ କରି ବିଜ୍ଞାନମେଳାରେ ପ୍ରଥମ. ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିବା ଜୁନିୟର, ସବ୍‌ ଜୁନିୟର ଓ ସିନିୟର ସ୍ତରର ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି, ମେତେଲ୍ ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥୀ ଶ୍ରୀଯୁକ୍ତ ରଥ ମହୋଦୟ ଶିଶୁମାନଙ୍କୁ ଟିମ୍ ୱାର୍କ ମାଧ୍ୟମରେ ଶିକ୍ଷାଲାଭ କରି ବୈଜ୍ଞାନିକ ଚିନ୍ତାଧାରା ରଖି ନିଜକୁ ତଥା ଜାତିର ଓ ଦେଶର ଉନ୍ନତି ପାଇଁ ଭଲକାମ କରି ସୁନାମ ଅର୍ଜନ କରିବା ପାଇଁ ଅମୃତମୟ ବାଣୀ ପ୍ରଦାନ କରିଥିଲେ । ଏତବ୍ୟତୀତ ଅଧ୍ୟୟନରେ ଆହରଣ ଜ୍ଞାନକୁ ସମାଜ ସେବାରେ ପ୍ରୟୋଗ କରିବା ନିମନ୍ତେ ସି ଆର ସି ସି ମହୋ ଦୟ ଶିଶୁ ବୈଜ୍ଞାନିକମାନଙ୍କୁ ପ୍ରେରଣା ପ୍ରଦ ଉପଦେଶ ପ୍ରଦାନ କରିଥିଲେ । ଏଥିରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଉପସ୍ଥିତ ମଞ୍ଚାସୀନ ଅତିଥୀମାନଙ୍କ ଦ୍ବାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ବର୍ୟାଜ୍ୟ ପରିବେଶରେ ରାଜ୍ୟସ୍ତରୀୟ ମେଧାବୃତ୍ତରେ କୃତିତ୍ବ ଲାଭ କରିଥିବା ବୃତ୍ତାଧାରୀମାନଙ୍କୁ ମେଡେଲ୍ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.