କେସିଙ୍ଗାରେ ନବନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗା ଠାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ(AUPTF) କେସିଙ୍ଗା ଶାଖା ତରଫରୁ ନବନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ସୁରେନ୍ଦ୍ର ଦୋରା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ ବେହେରା ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ରାଜ୍ୟ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ନୀଳମାଧବ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ସଭାପତି ବୀରେନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ନୀରବ ପ୍ରାର୍ଥନା ପରେ ଅତିଥିଙ୍କୁ ସ୍ଵାଗତ କରାଯାଇଥିଲା।ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷୟତ୍ରୀ ପୁଷ୍ପଲତା ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।

Omkar Vasthu
Omkar Vasthu

କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ବିବରଣୀ ପାଠ କରିଥିବା ବେଳେ ସଭାପତି ଶ୍ରୀ ଦୋରା ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହା ପରେ ସମସ୍ତ ମଞ୍ଚାସୀନ ଅତିଥିଗଣ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ତତ୍ ପରେ ଶିକ୍ଷକ ଅବନୀ ରଞ୍ଜନ ପଧାନ ନୂତନ ପ୍ରାଥମିକ ଶିକ୍ଷକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଗୋଲାପ ଫୁଲ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରlଇବା ପାଇଁ ଆହ୍ଵାନ ଦେଇଥିଲେ। ଶିକ୍ଷୟତ୍ରୀ ଜ୍ୟୋସ୍ନା ପରିଡ଼ା ଓ ବନ୍ଦନା ଦାଶ ସମସ୍ତଙ୍କୁ ଫୁଲ ଚନ୍ଦନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଶିକ୍ଷୟତ୍ରୀ ସୁଭସ୍ମିତା ଦାଶ, ପୂଜା ବଳସାମନ୍ତ, ପ୍ରିୟମ୍ବଦା ପରିଡ଼ା, ଲକ୍ଷ୍ମୀ ବିଶୋଇ, ଶିକ୍ଷକ କୈଳାସ ବିଶି, ପଞ୍ଚାନନ ନାଗ, ବିନୋଦ ବାଗ, ଉତ୍କେଳା ସିଆରସିସି ଭୀଷ୍ମରଥି ସାହୁ, ଜୁଜୁରାଙ୍ଗ ସିଆରସିସି ପ୍ରମୋଦ ମେହେର, କେସିଙ୍ଗା ଏନ୍ଏସି ସିଆରସିସି ଚନ୍ଦ୍ରଧ୍ୱଜ ନାଗ, କାଣ୍ଡେଲ ସିଆରସିସି ଆଶୁତୋଷ ଭୋଇ, ଫଟକାମାଲ୍ ସିଆରସିସି ଗିରିଧାରୀ ମାଝୀ କଶୃପଡା ସିଆରସିସି ଗୋବିନ୍ଦ ବାଗ ଉପସ୍ଥିତ ଥିଲେ। ସର୍ବଶେଷରେ ଖୁସିରାମ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଲଇତରା ସିଆରସିସି ତପନ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.