କେଗାଁ – ଭାଟିପଡା – ଚାନ୍ଦୋତରା ରାସ୍ତା ଶୋଚନୀୟ: ୧୪ କି.ମି. ପଥକୁ ଲାଗୁଛି ୨ ଘଣ୍ଟା, ମରାମତି ହେବ କେବେ?

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରୁ ଭାଟିପଡା ଓ କୁହୁରା ଛକଠାରୁ ଚାନ୍ଦୋତରା ରାସ୍ତା ଦିର୍ଘଦିନ ମରାମତି ହୋଇ ନଥିବାରୁ ଅତି ଶୋଚନୀୟ ଅବସ୍ଥାରେ ଥିବା ବେଳେ ଲୋକେ ଏହି ରାସ୍ତାର ଯଥା ଶିଘ୍ର ମରାମତି କରିବାକୁ ଦାବୀ କରିଛନ୍ତି ।କଳାହାଣ୍ଡି ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଥିବା କେଗାଁ ଭାଟିପଡା ଓ କୁହୁରା ଛକଠାରୁ ଚାନ୍ଦୋତରା ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି । କେଗାଁ ଭାଟିପଡା ଭାୟା ସିନାପଲି ରାସ୍ତାରେ ଅଞ୍ଚଳର ୧୫ ଗୋଟି ଗ୍ରାମପଞ୍ଚାୟତରୁ ଅଧିକ ଲୋକେ ନିର୍ଭର କରନ୍ତି । ଠିକ ସେହିପରି କୁହୁରା ଛକ ଚାନ୍ଦୋତରା ରାସ୍ତା ଉପରେ ୨୦ ଗୋଟି ଗ୍ରାମପଞ୍ଚାୟତର ଲୋକେ ତଥା ଧର୍ମଗଡ, କୋକସରା, ଜୟପାଟଣା ବ୍ଲକର ଲୋକେ ମଧ୍ୟ କଣ୍ଟାବାଞ୍ଜି,ପାଟଣାଗଡ ଅଞ୍ଚଳକୁ ଯିବାକୁ ନିର୍ଭର କରନ୍ତି । କେଗାଁ ଭାଟିପଡା ରାସ୍ତା ଧର୍ମଗଡ ଗ୍ରାମଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ କୁହୁରା ଛକଠାରୁ ଚାନ୍ଦୋତରା ରାସ୍ତା ଅଧାଭାଗ ଧର୍ମଗଡ ଗ୍ରାମଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଅଧାଭାଗ ବଲାଙ୍ଗିର ଜିଲ୍ଲା ଅଧିନରେ ଅଛି । ଏହି ଦୁଇ ରାସ୍ତା ଦିର୍ଘ ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହୋଇଥିବା ବେଳେ ସିନାପାଲିଠାରୁ ଭାଡିପଡା ରାସ୍ତା ଦିର୍ଘ ୧୨ ବର୍ଘ ତଳେ ଉଦନ୍ତି ନଦୀ ବ୍ରିଜ ନିର୍ମାଣ ସମୟରେ ବ୍ରିଜ ନିର୍ମାଣକାରୀ ସଂସ୍ଥା ରାସ୍ତା ନିର୍ମାଣ କରିଥିବା ବେଳେ ଦିର୍ଘ ୧୨ ବର୍ଷ ହେବ ଏହି ରାସ୍ତା ମରାମତି ହୋଇ ନାହିଁ । ୧୨ ବର୍ଷ ହେବ ରାସ୍ତା ମରାମତି ଅଭାବରୁ ରାସ୍ତାର ଅନେକ ସ୍ଥାନରେ ବଡ ବଡ ଖାଲ ହୋଇଥିବା ବେଳେ ଛୋଟ ବଡ ଗାଡିକୁ ଯୁବା ଅସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

Omkar Vasthu
Omkar Vasthu

ସିନାପାଲିରୁ ଭାଡିପଡା ମାତ୍ର ଦୁଇ କିଲୋମିଟର ଥିଲେ ମଧ୍ୟ ଦୁଇ କିଲୋମିଟର ରାସ୍ତାକୁ ଅତିକ୍ରମ କରିବାକୁ ହେଲେ ୨୦ ରୁ ୨୫ ମିନିଟ ଲାଗିଥାଏ । ବଡ ବଡ ଖାଲରେ ଛୋଟ ଛୋଟ ଗାଡିକୁ ଯିବା ଆସିବାରେ ବହୁତ ଅସୁବିଧା ହେବାରୁ ସ୍ଥାନୀୟ ଲୋକେ ଏହି ଖାଲରେ ବାଧ୍ୟ ହୋଇ ମାଟି ପକାଇ ଥିବା ମଧ୍ୟ ଦେଖିବାକୁ ମିଳିଛି । ଠିକ ସେହିପରି କେଗାଁ ସିନାପାଲି ଓ କୁହୁରା ଛକଠାରୁ ଚାନ୍ଦୋତରା ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ହୋଇଥିବା ବେଳେ ସଂପୃକ୍ତ ଠିକାଦାର ଏହାର ରକ୍ଷଣା ବେକ୍ଷଣ ଠିକ ଭାବରେ କରିନଥିବାରୁ ଏହି ଦୁଇ ରାସ୍ତାରେ ବଡ ବଡ ଖାଲ ସୃଷ୍ଟି ହୋଇଛି । ବଡ ବଡ ଖାଲ ଯୋଗୁଁ ଛୋଟ ଛୋଟ ଗାଡି ବହୁତ ମୁସ୍କିଲରେ ଯିବା ଆସିବା କରୁଥିବା ବେଳେ ଏହି ଦୁଇ ରାସ୍ତାର ଅନେକ ଖାଲରେ ସ୍ଥାନୀୟ ଲୋକେ ମାଟି ପକାଇ ଥିବା ଦେଖିବାକୁ ମିଳିଛି । କେଗାଁଠାରୁ ଚାନ୍ଦୋତରା ୧୪ କିଲୋମିଟର ଥିଲେ ମଧ୍ୟ ୧୪ କିଲୋମିଟରକୁ ୨ ଘଣ୍ଟା ଲାଗିଥାଏ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଉପରେ ଏହି ଅଞ୍ଚଳର ଲୋକେ ବ୍ୟବସାୟିକ କର୍ଯ୍ୟ ଉପରେ ନିର୍ଭର କରନ୍ତି । ଏହି ଦୁଇ ରାସ୍ତାରେ ଉପରେ ଦୈନିକ ଶହ ଶହ ଗାଡି ଯିବା ଆସିବା କରୁଥିବା ବେଳେ ହଜାର ହଜାର ଲୋକେ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ଏଣୁ ଏହି ଦୁଇ ରାସ୍ତାକୁ ଯଥା ଶିଘ୍ର ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବୀ କରୁଥିବାରୁ ସଂପୃକ୍ତ ବିଭାଗ ପକ୍ଷରୁ ଏହି ଦୁଇ ରାସ୍ତାକୁ ଯାଥା ଶିଘ୍ର ମରାମତି କଲେ ଅଞ୍ଚଳର ହଜାର ହଜାର ଲୋକେ ଉପକୃତ ହେବେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.