ଭେଟରାନ୍ ଫୁଟବଲ୍ ଖେଳାଳି ତଥା ପିଇଟି ସତୀଶ ପଟ୍ଟନାୟକଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଖୁବ୍ ଜଣାଶୁଣା ଭେଟରାନ ଫୁଟବଲ ଖେଳାଳୀ ତଥା ସୋନପୁର ସିଟି ସ୍କୁଲ୍ ଓ ସମ୍ବଲପୁର ଜିଏମ କଲେଜ ର ପିଇଟି ସତୀଶ ପଟ୍ଟନାୟକଙ୍କ ତାଙ୍କ ସମ୍ବଲପୁର ବାସଭବନରେ ଦେହାନ୍ତ ଘଟିଛି। ଏହି ଖବରରେ ସୋନପୁର ଓ ସମ୍ବଲପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୋନପୁରର ସିଂଦେଓ କ୍ଳବ୍, ରାମଧୁନ୍ କ୍ଳବ୍, ବାପୁଜୀ କ୍ଲବ୍, ଜିଲ୍ଲା କ୍ରୀଡ଼ା ସଂଘ, ବୁଢୀମା କ୍ଳବ୍ ସମେତ ସମସ୍ତ ଫୁଟବଲ କ୍ଳବର ସଦସ୍ୟ ଓ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଏ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ରାମଧୁନ୍ କ୍ଳବ୍ ପକ୍ଷରୁ ସ୍ୱର୍ଗୀୟ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ପାଳନ କରାଯାଇ ସ୍ୱର୍ଗୀୟ ଆତ୍ମା ର ଶାନ୍ତି ସଦଗତି କାମନା କରାଯାଇଛି। ଶ୍ରୀ ପଟ୍ଟନାୟକ ଜଣେ ଆଗ ଧାଡ଼ିର ଫୁଟବଲ, ଭଲିବଲ ଖେଳାଳି ଥିଲାବେଳେ ଖୁବ୍ ଅଭିଜ୍ଞ ରେଫରୀ ଭାବେ ସମଗ୍ର ପଶ୍ଚିମ ଓଡ଼ିଶାରେ ଖ୍ୟାତି ଲାଭ କରିଥିବା ବେଳେ ସ୍ଥାନୀୟ ଢେରାପଡ଼ା ଠାରେ ହର ଗୌରୀ ଯାତ୍ରାରେ ସେ ଖୁବ୍ ଆକର୍ଷଣୀୟ ମେଢ଼ ଗୁଡ଼ିକ ନିର୍ମାଣ କରି ଜଣେ ମୃଣ୍ମୟୀ ଶିଳ୍ପୀ ଭାବରେ ମଧ୍ୟ ନିଜର ଯାଦୁଗରି ପ୍ରତିପାଦିତ କରିପାରିଥିଲେ। ଶ୍ରୀ ପଟ୍ଟନାୟକ ଜଣେ କ୍ରୀଡ଼ା ପ୍ରେମୀ ଭାବେ ଜଣା ଶୁଣା ଥିବାବେଳେ ସୋନପୁର କ୍ରୀଡ଼ା ସଂଘର ସଂପାଦକ ଭାବେ ଅନେକ ବର୍ଷ କାର୍ଯ୍ୟ ତୁଲାଇ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ଯୋଗାଇଥିଲେ। ସୋନପୁରର ଟ୍ରଷ୍ଟ ଫଣ୍ଡ ଆନ୍ଦୋଳନ ସମେତ ଜିଲ୍ଲା ଉନ୍ନୟନ ପାଇଁ ବିଭିନ୍ନ ଆନ୍ଦୋଳନ ରେ ମଧ୍ୟ ସେ ପ୍ରମୁଖ ଭୂମିକା ନେଇଥିଲେ। ଗାନ୍ଧୀ ପଡିଆରେ ଟାଉନ ଲିଗ୍ ମ୍ୟାଚରେ ଡିଫେନ୍ସ ଖେଳାଳି ଭାବେ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ ଶ୍ରୀ ପଟ୍ଟନାୟକ। ସହରର ବୁଦ୍ଧିଜୀବି ବ୍ରଜ କିଶୋର ପାତ୍ର, ଚମରା ରାମ ତ୍ରୀପାଠୀ ଙ୍କ ସମେତ ଏ ଖବରରେ ସୋନପୁରର ଭେଟେରାନ ଫୁଟବଲ୍ ଖେଳାଳି ଗୋରେଖ୍ ନାଥ ସାହୁ, ମଧୁସୂଦନ ପୁଝାରୀ, କଇରୁ ସ୍ବାଇଁ, ସତ୍ୟ ନାରାୟଣ ମିଶ୍ର, କଲ୍ୟାଣ ପାଢ଼ୀ, ଭିକାରୀ ମିଶ୍ର, ଲକ୍ଷ୍ମୀ ନାରାୟଣ ମହାନ୍ତି, ପଞ୍ଚାନନ୍ ସାହୁ ପୁରୋଷୋତ୍ତମ୍ ପାଣିଗ୍ରାହୀ, ଚିତ୍ତ ରଞ୍ଜନ ତରାସିଆ, ପୀୟୂଷ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶ୍ରୀ ପଟ୍ଟନାୟକ ଙ୍କ ଶୋକ ସନ୍ତପ୍ତ୍ତ ପରିବାର କୁ ସମବେଦନା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.