ଶକ୍ତିମୟୀ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଓ ବେଦାନ୍ତ ଲାଞ୍ଜିଗଡ ସହାୟତାରେ ଗଠିତ ଶକ୍ତିମୟୀ ଫାଉଣ୍ଡେସନର ଅଷ୍ଟମ ବାର୍ଷିକ ଉତ୍ସବ ମଙ୍ଗଳବାର ବେଦାନ୍ତ ସ୍କିଲ ସେଣ୍ଟର୍ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି।

Omkar Vasthu
Omkar Vasthu

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ଡିଡିଏମ ମହେଶ୍ଵର ଦାସ, ସମ୍ମାନିତ ଅତିଥି ଭାବେ ବେଦାନ୍ତ ଆଲୁମିନା ଲିମିଟେଡ ଲାଞ୍ଜିଗଡ ସିଏସ ର୍ ହେଡ ଶିଶିର ତରଫଦାର, ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ଶକ୍ତିମୟୀ ଫାଉଣ୍ଡେସନର ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ସାହୁ, ଲାଞ୍ଜିଗଡ ବ୍ଲକ ମିଶନ ଶକ୍ତି ପ୍ରକଳ୍ପ ସଂଯୋଜକ ସତ୍ୟବାନ ସାହୁ, ଓଏଲ୍ଏମ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ବେହେରା, ମହାଶକ୍ତି ଫାଉଣ୍ଡେସନ ଜିଲ୍ଲା ସଂଯୋଜକ ସୁରେଶ କୁମାର ପଟ୍ଟନାୟକ ଓ ଶକ୍ତିମୟୀ ଫାଉଣ୍ଡେସନର ସଭାନେତ୍ରୀ, ସମ୍ପାଦିକା ଏବଂ କୋଷାଧକ୍ଷା ମଞ୍ଚାସୀନ ହୋଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସଖି ପ୍ରକଳ୍ପର ଷ୍ଟାଫ୍ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲ।  ଶକ୍ତିମୟୀ ଫାଉଣ୍ଡେସନର ନିର୍ବାହୀ ଅଧିକାରିଣୀ ସୁଶ୍ରୀ ପ୍ରିୟା ହୋତା ଅତିଥି ପରିଚୟ କରିଥିଲେ ଓ ପ୍ରକଳ୍ପ ପରିଚଳିକା ସୁଶ୍ରୀ ମାନସୀ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ସମ୍ପାଦିକା ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଶକ୍ତିମୟୀ ଫାଉଣ୍ଡେସନର ଅଗ୍ରଗତି ଏବଂ ସ୍ଥାୟୀତ୍ବ ପାଇଁ ନିଜ ନିଜ ମତ ରଖିଥିଲେ ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ଉପରେ ଆଲୋକପାତ କରିଥିଲେ। ୫ ଗୋଟି ସଫଳ ଉଦ୍ୟୋଗୀ ସ୍ଵୟଂ ସହାୟକ ଗୋଷ୍ଠୀ ମାନଂକୁ ଅତିଥିମାନେ ପୁରସ୍କୃତ କରିଥିଲେ। ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠାନର କୋଷାଧକ୍ଷା ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ଡକ୍ରା ପ୍ରକଳ୍ପ, ସଖି ଓ ଶକ୍ତିମୟୀ ଫାଉଣ୍ଡେସନ ତରଫରୁ ୩ ଟି ଷ୍ଟଲ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ଉତ୍ସବରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୧୬୦ ଜଣ ସ୍ଵୟଂ ସହାୟକ ଗୋଷ୍ଠୀର ନେତ୍ରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଶ୍ରୀମୁଖ ଅଗସ୍ତି, ବନଶ୍ରୀ ଜେନା, ପିତର ଚାନ୍ଦ ପାଣିଗ୍ରାହୀ, ରଞ୍ଜନ ଛତ୍ରିଆ, ଜ୍ୟୋତ୍ସ୍ନା ଦୁର୍ଗା, ବେଦାନ୍ତର ସିଏସଆର ଟିମ୍, ମହାଶକ୍ତି ଓ ଶକ୍ତିମୟୀ ଏବଂ ସଖି ପ୍ରକଳ୍ପ ଷ୍ଟାଫ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.