ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଆଜି ଶୁଭାରମ୍ଭ ହୋଇଛି। ପେକ୍ସ ସଭାପତି ଭାଗ୍ୟଧର ସାହୁ ଚପ୍ରିଆ ଧାନ ମଣ୍ଡି ଶୁଭାରମ୍ଭ କରିଥିବା ବେଳେ ସାନଚେରଗାଁ ଧାନ ମଣ୍ଡି ପେକ୍ସ ଡାଇରେକ୍ଟର ଲମ୍ବୋଦର ସାହୁ, ଖଲିଆପାଲି ଧାନ ମଣ୍ଡି ଧନେଶ୍ୱର ଯାନୀ ଶୁଭାରମ୍ଭ କରିଥିଲେ। ଉକ୍ତ ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଧବଳେଶ୍ୱର ବାଗ, ଚପ୍ରିଆ ଧାନ ମଣ୍ଡିର ତଦନ୍ତ ଅଧିକାରୀ ସୁଶାନ୍ତ ରାଉତ, ସାନ ଚେରଗାଁ ଧାନ ମଣ୍ଡି ତଦନ୍ତ ଅଧିକାରୀ ଦୁଃଖିଶ୍ୟାମ ମାଝୀ, ଖଲିଆପାଲି ଧାନ ମଣ୍ଡି ତଦନ୍ତ ଅଧିକାରୀ ଛନ୍ଦାଚରଣ ଭୋଇ, ଧାନକ୍ରୟ ଅଧିକାରୀ ଧନୁଞ୍ଜୟ ରଣା, ଆରଏମସି କର୍ମଚାରୀ ରତ୍ନାକର ହଂସ, ରୋହିତ ଭୋଇ, ଡାଇରେକ୍ଟର ହରେରାମ ଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଠାରୁ ମଣ୍ଡିରେ ଧାନ କ୍ରୟ କରାଯିବ। ସପ୍ତାହକୁ ଏହି ତିନିଟି ମଣ୍ଡିରେ ଦୁଇ ଦିନ ଧରି ଧାନ କିଣାଯିବ ବୋଲି ପେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।