ବୋର୍ଡା ଜନତା ଉଚ୍ଚ ବିଦ୍ୟାଳୟରେ ଦ୍ୱାଦଶ ବ୍ଲକ୍ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ

“ଶିକ୍ଷକତା ଏକ ବୃତ୍ତି ନୁହେଁ, ବ୍ରତ”

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ସଦର ବ୍ଲକ ବୋର୍ଡା ସ୍ଥିତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭବାନୀପାଟଣା ବ୍ଲକର ଦ୍ୱାଦଶ ବ୍ଲକ୍ ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇଥିଲେ। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ, ଏପିଆଇଓ ସୋମନାଥ ସାହୁ, ମଙ୍ଗଳୁ ପ୍ରଧାନ ତଥା ସ୍ଥାନୀୟ ସରପଂଚ ରୀନାରାଣୀ ଜାଲ ଯୋଗ ଦେଇଥିଲେ।

ସାଧନକର୍ମୀ ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ, ଗଣନାଥପୁର ପ୍ରଧାନଶିକ୍ଷକ ପ୍ରଦୀପ କୁମାର ନେଗୀ, ତିଲଜୋଡ଼ି ପ୍ରଧାନଶିକ୍ଷକ ବିଜୟାନନ୍ଦ ହୋତା, ଟିକିରାପଡା ପ୍ରଧାନଶିକ୍ଷକ ଶ୍ରୀନିବାସ ସେନାପତି ଓ ଭବାନୀପାଟଣା ସହର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଆୟୋଜିତ ସଭାରେ ରାଜ୍ୟ ସ୍ତରରୁ ନିର୍ଦ୍ଦେଶ ଥିବା ସମସ୍ତ ବିଷୟ ଉପରେ ଆଲୋକପାତ କରାଯାଇଥିଲା ଓ ମୁଖ୍ୟ ଅତିଥି ବୁଝାଇଥିଲେ ଶିକ୍ଷକତା କିଭଳି ଏକ ବ୍ରତ, ତାହା ବୃତ୍ତି ନୁହେଁ।

ସମଗ୍ର ବ୍ଲକର ୪୬ ଜଣ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉକ୍ତ ସଭାରେ ଯୋଗ ଦେଇଥିଲେ। ସାମ୍ବାଦିକ ରୋଶନ୍ ଲାଲ ଛତର, ପୂର୍ବତନ ସରପଂଚ ନରେନ୍ଦ୍ର ଯାନି, ମନ୍ମଥ ପ୍ରଧାନ,ନିର୍ମଳ ବେହେରା, ଯୁଧିଷ୍ଠିର ଜାଲ, ବିଟୁ ପ୍ରଧାନ, ନିତ୍ୟାନନ୍ଦ ବାଗ, ବାବୁଲା ସାହାଣୀ ତଥା ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ଶିକ୍ଷକ ବିରଂଚି ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନିରାକାର ଗହିର ଧନ୍ୟବାଦ ଅର୍ପଣ କରିଥିଲେ। ବନ୍ଦନା ଭୋଇ, ଦୀପ୍ତିମୟୀ ରଣା, ସୌମ୍ୟା ମାଧୁରୀମା, ସାଗର ହରପାଲ୍, ପ୍ରତିମା ଭୋଇ, ଅଭିଳାଷ ପଣ୍ଡା, ଆଶୁତୋଷ ପ୍ରଧାନ, ଯୁଗଳ ଚରଣ ସାହୁ, ମନୋଜ ଶବର, ସୋମାଲିନ ରାଉତ, ବିରଞ୍ଚି ଜାଲ, ବିଜୟ ଦାସ, ଯଜ୍ଞସେନ ମାଝୀ ପ୍ରମୁଖ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.