ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଡହଗାଁଠାରେ ରବିବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୂତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକ ଜଣକ ସାଗବାହିଲି ଗ୍ରାମର କ୍ଷିରୋଦ ନାଏକ (୬) ଓ ଗୁରୁତର ହୃଷୀକେଶ ନାଏକ (୪୫) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ନିଜ ଗାଁ ସାଗବାହିଲି ଠାରୁ ବାଇକ୍ ଯୋଗେ ଡଙ୍ଗରୀଗୁଡା ଗ୍ରାମକୁ ଆସୁଥିଲେ। ତେବେ ଡହଗାଁ ବଜାର ପଡିଆ ନିକଟରେ ତାଙ୍କ ବାଇକକୁ ଏକ ଅଜଣା ହାଇୱା ଧକ୍କା ଦେଇଥିଲା। ଫଳରେ ବାପ ପୁଅ ବାଇକରୁ ଛିଟକି ପଢ଼ିଥିବାବେଳେ କ୍ଷିରୋଦଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପ ହୃଷିକେଶ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ କୋକସରା ପୁଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କୋକସରା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୃଷୀକେଶକୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ମୃତ କ୍ଷିରୋଦଙ୍କ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ଘଟଣା ଘଟାଇ ହାଇୱା ଫେରାର ହୋଇଥିବା ଜଣାପଡିଛି। ତେବେ ୬ବର୍ଷ ପୁଅକୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଏନେଇ କୋକସରା ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.