ସୋନପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ମାରୱାଡି ଯୁବା ମଞ୍ଚ ପକ୍ଷରୁ ସୋନପୁର ମାରୱାଡି ଧର୍ମଶାଳା ଠାରେ ମେଗା ରକ୍ତଦାନ ଶିବିର ଚାଲିଛି। ଅଲ ଓଡିଶା ମାରୱାଡି ଯୁବା ମଞ୍ଚର ଆହ୍ବାନ କ୍ରମେ ୧୫ ଡିସେମ୍ବରରୁ ୨୨ ଡିସେମ୍ବର ପର୍ଯ୍ୟନ୍ତ ୧୦୯ ଶାଖା ରେ ୨୫୦ ଟି ଶିବିର ରେ ୧୫ ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖା ଯାଇ ଥିବାବେଳେ ଏହି କ୍ରମରେ ଆଜି ସୋନପୁର ସଦର ବ୍ଳକ ଶାଖା ଯୁବା ମଞ୍ଚ ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାରୱାଡ଼ି ସମାଜ ସଭାପତି ଗୋପାଳ ପ୍ରାସାଦ ଭୁତ, ଯୁବାମଞ୍ଚ ସଭାପତି ମନୋଜ ଅଗ୍ରୱାଲା, ସଂପାଦକ ଅଙ୍କିତ ଅଗ୍ରୱାଲା, ମାରୱାଡ଼ି ମହିଳା ସମିତି ଅଧ୍ୟକ୍ଷା ମୁନି ଅଗ୍ରୱାଲା ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଲ୍ୟାଫ୍ଟେନେଣ୍ଟ ଆଶିଷ ଅଗ୍ରୱାଲା ସଭା ସଂଯୋଜନା କରିଥିବା ବେଳେ ରକ୍ତଦାନ ଶିବିରର ସଂଯୋଜକ ନନ୍ଦ ଲାଲ ଅଗ୍ରୱାଲା ଅମିତ୍ ଅଗ୍ରୱାଲା, ରାଘବ ଅଗ୍ରୱାଲା, ମୀନା ଅଗ୍ରୱାଲା ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଡ଼ା ଗୌରୀ ଶଙ୍କର ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଟେକ୍ନିସିଆନ୍ ଜଗତ ଦରୱାନ, ଟିଟୁ ଭୋଇ ପ୍ରମୁଖ ଶିବିର ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.