ଶକ୍ତି ଟିଭିର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଟିଟିଲାଗଡ଼ କଲ୍ୟାଣ ମଣ୍ଡପ ଠାରେ ଶକ୍ତି ଟିଭିର ଚତୁର୍ଥ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟିଟିଲାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବଣ୍ଟନ ସହ ରୋଗୀ ମାନଙ୍କର ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଶକ୍ତି ଟିଭିର ପ୍ରତିଷ୍ଠାତା କୃଷ୍ଣ ଚନ୍ଦ୍ର ସେଠୀ। ମୂଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ସମ୍ମାନିତ ଅତିଥି ଭାବେ ପୌରାଧକ୍ଷା ମମତା ଜୈନ, ମୂଖ୍ୟ ବକ୍ତା ଲାଠୋର ଓ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ, ସମ୍ମାନିତ ଅତିଥି ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଜାତୀୟ ମାନବ ଅଧିକାର କମିଶନର ଓଡ଼ିଶା ସଭାପତି ପ୍ରସନ୍ନ କୁମାର ଗୁରୁ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ଆଶିଷ କୁମାର ମିଶ୍ର, ଏମ ରାମପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ମୂଖ୍ୟ ଡାକ୍ତର ଶ୍ରୀନିବାସ ସାମଲ ପ୍ରମୁଖ ମଞ୍ଚାସୀନ ଥିଲେ। ଢେ଼ଙ୍କାନାଳର ଝିଅ ସୁଶ୍ରୀ ମମତା ମହନ୍ତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶକ୍ତି ଟିଭିର ମୂଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠୀ ସଭାପତିତ୍ବ କରିଥିବା ବେଳେ, ପୂର୍ବ ଓଡ଼ିଶା ବ୍ୟୁରୋ ଚିପ ପ୍ରଦୀପ କୁମାର ଦାସ ସଂପାଦକୀୟ ବିବରଣୀ ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟ ସାମ୍ବାଦିକତା, ସମାଜସେବା, କଳାକାର ତଥା ସମାଜ ସଂସ୍କାର କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।  ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ଦାସଙ୍କ ପୁସ୍ତକ ‘ପୁଷ୍ପାଞ୍ଜଳି’ ଓ କବି ଶ୍ରୀ ରାଜକିଶୋର ଭୋଇଙ୍କ ପୁସ୍ତକ ‘ପ୍ରମାଳ’ର ଶୁଭ ଉନ୍ମୋଚନ ହୋଇଥିଲା। ତୃତୀୟ ପର୍ଯ୍ୟାୟରେ ଶକ୍ତି ଟିଭି ତାର ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରିବା ସହିତ ସାମୁହିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହ ଭାଗିତା ହେଇଥିଲେ। ରାଜ୍ୟପାଳ ଟ୍ରଫି ସମ୍ମାନପ୍ରାପ୍ତ ମହିଳା ସାମ୍ବାଦିକା ସୁଶ୍ରୀ ରଶ୍ମିତା ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ କଳାହାଣ୍ଡି ଜିଲ୍ଲା ବ୍ୟୁରୋ ଚିଫ ରାମକୁମାର ସେନାପତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.