ସୁବର୍ଣ୍ଣପୁର ଜିଲ୍ଲା ଡୁମାଲ ପରିଷଦର ସମୀକ୍ଷା ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଳକ ଲଛିପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୁପୁରୁସିଙ୍ଗା ଗ୍ରାମର ମାହେଶ୍ୱରୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଡୁମାଳ ପରିଷଦ ସୁବର୍ଣ୍ଣପୁର ଶାଖା ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କମିଟି କୋଷାଧ୍ୟକ୍ଷ ବିପିନ୍ ପାତ୍ର ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ବଘାର, ରାଜ୍ୟ ଉପ ସଭାପତି ଲୋକନାଥ ମାହାର, ବଲାଙ୍ଗୀର ଜିଲ୍ଲା କାର୍ଯ୍ୟ କାରିଣୀ ସମ୍ପାଦକ ବୃଷଭ ଦନ୍ତା, ଯୋଗ ଦେଇଥିଲେ, ଜିଲ୍ଲା ସମ୍ପାଦକ କିଶୋର କର୍ମୀ ପୂର୍ବ ବୈଠକ ର ପ୍ରସ୍ତାବ ଗୁଡ଼ିକ ପଠନ କରି ସାମାଜିକ ନୀତି ନିୟମ ଓ ସାଂଗଠନିକ କାର୍ଯ୍ୟ ଉପରେ ବୈଠକରେ ଉପସ୍ଥିତ ଥିବା ସମସ୍ତ ଙ୍କ ମତାମତ ଲୋଡିଥିଲେ, ଜିଲ୍ଲା ସଂଯୋଜକ ସୁରେଶ ପାତ୍ର ସୋନପୁର ଟାଉନ ରେ ୧୮୫ ପରିବାର ସ୍ଥାୟୀ ବାସିନ୍ଦା ହୋଇ ଥିବାରୁ ଉପକେନ୍ଦ୍ର ଗଠନ କରିବା ପାଇଁ ମତ ରଖିଥିଲେ ଯାହାକି ଜୟନାରାୟଣ ମେଣ୍ଡିଲି, କୃଷ୍ଣ ଚନ୍ଦ୍ର କମ୍ପ ,ସତ୍ୟ ବସ୍ତିଆ ପ୍ରମୁଖ ସମର୍ଥନ କରିଥିଲେ। ଜିଲ୍ଲା ସହ ସମ୍ପାଦକ ହାଡିବନ୍ଧୁ ଖମାରୀ , ବଲାଙ୍ଗୀର ଜିଲ୍ଲା ସମାଜ ସେବୀ ସୁଦାମ ବଘାର ‌ସାମାଜିକ ଶୁଙ୍ଖଳା, ଶିକ୍ଷା, ନାରୀ ସଶକ୍ତିକରଣ, ମାହେଶ୍ୱରୀ ସାଂସ୍କୃତିକ କାର୍ଯ୍ୟକ୍ରମର ଉପରେ ମତାମତ ଦେଇଥିବା ବେଳେ ଲୁହୁରାପାଲି କେନ୍ଦ୍ର ସଭାପତି ଦାମୋଦର ମହାକୁର ସଭା ପରିଚାଳନା ଓ ସମ୍ପାଦକ ଭଜମନ ଖେତୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୁପୁରୁସିଙ୍ଗା ଗ୍ରାମ୍ୟ କମିଟି ପକ୍ଷରୁ ସଭାପତି ଅଜିତ୍ ବସ୍ତିଆ କେନ୍ଦ୍ର ସଭାପତି ସମ୍ପାଦକ ଓ କର୍ମ କର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ବୈଠକରେ ଜିଲ୍ଲା ର ସମସ୍ତ କେନ୍ଦ୍ର ସଭାପତି ସମ୍ପାଦକ ଓ କର୍ମ କର୍ତ୍ତା ଉପସ୍ଥିତ ଥିଲେ। ଶେଷ ରେ ଜିଲ୍ଲା ସଭାପତି ନୂତନ ଭାବରେ ଜାନୁଆରୀ ପହିଲା ଦିନ ରୁ ପ୍ରସ୍ତାବ କରାଯାଇଥିବା ସାମାଜିକ ନିତି ନିୟମ ସାଂଗଠନିକ ସଂସ୍କାର ଆଣିବାରେ ଓ ନୂତନ ଜାତି ପ୍ରମାଣପତ୍ର ଲାଗୁ କରାଯିବା, ସୋନପୁର ଟାଉନ କୁ ଉପ କେନ୍ଦ୍ର ମାନ୍ୟତା ଦିଆଯିବାସ଼ ଯେଉଁ ମାନେ ଡୁମାଳ ଜାତି ସମାଜ ରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଉପ ସଭାପତି ଲକ୍ଷ୍ମଣ ବସ୍ତିଆ ସମସ୍ତ ଜାତି ଗଙ୍ଗା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.