ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ: ଜୟପୁରକୁ ହରାଇ ବରଗଡ ବିଜୟୀ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ): ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଟୁର୍ନାମେଣ୍ଟର ଚତୁର୍ଥ ଦିନରେ ଜୟପୁର ଟସ ଜିତି ଫିଲଡିଂ ନିଷ୍ପତି ନେଇ ଥିଲେ । ବରଗଡ ବେଟିଙ୍ଗ କରି ୨୭ ଓଭର ୪ ବଲ ରେ ୧୨୧ ରନ ସଂଗ୍ରହ କରିଥିଲେ । ଜବାବ ରେ ଜୟପୁର ୨୯ ଓଭର ୩ ବଲ ରେ ସମସ୍ତ ଉଇକେଟ ହରାଇ ମାତ୍ର ୧୧୫ ରନ କରି ମାତ୍ର ୬ ରନ ରେ ପରାଜୟ ହୋଇ ଥିଲେ । ମେନ ଅଫ ଦି ମ୍ୟାଚ ବରଗଡ ର ସନ୍ଦେଶ ପୂଝରୀ ପାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଜାରିଙ୍ଗ ଇଣ୍ଡିଆନ ପଟାସ ଲିମିଟେଡ଼ ପ୍ରୋଜେକ୍ଟ ହେଡ ଦୁର୍ଗାପ୍ରସାଦ ଦ୍ବିବେଦୀ, ମା ଲଙ୍କେଶ୍ୱରୀ ଗ୍ରୁପ ମୁଖ୍ୟ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥିଲେ । ସନ୍ଧ୍ୟା ରେ ବରିଷ୍ଟ ସାମ୍ବାଦିକ ସୁନ୍ଦରମୋହନ ଛତରିଆ, ସମାଜସେବୀ ଜୟନ୍ତ ସାହୁ, ନବୀନ ସାହୁ ,ବରିଷ୍ଟ ନାଗରିକ ଶଶୀଧର ପଣ୍ଡା ଓ ଅଶୋକ ହୋତା ଯୋଗ ଦେଇ ଥିଲେ । ଏଠାରେ ବିପ୍ଳବ ସିଂ ଓ ଦିପେନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣି ନୀତିଶ ମହାପାତ୍ର ,ସୁଖବିନ୍ଦର ସିଂ ଓ ସନ୍ତୋଷ ପୃଷ୍ଟି କରିଥିଲେ, ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ ଓ ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ । ୟୂ ଟ୍ୟୁବ ଲାଇଭ ରୀତିକ ଓ ସୁଜଳ କରିଥିଲେ । ଆଜିର ଖେଳ ରେ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼ ଉପ ସଭାପତି ସରୋଜ କୁମାର ପଣ୍ଡା,ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନାଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କଂନେଇ ରାଉଳ,ସୁଶୀଲ ଠାକୁର,କୋଷାଧକ୍ଷ ଦିଲୀପ ପଣ୍ଡା,ତୁଳସୀ ପଟ୍ଟନାୟକ, ରମଣୀ ପଣ୍ଡା,ପପୁ ପଣ୍ଡା,ସୁଜିତ ପଣ୍ଡା,ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆସନ୍ତା 17 ତାରିକ ପ୍ରଥମ ସେମି ଫାଇନାଲ ବରଗଡ ସହ ଜୁନାଗଡ଼ ଏନ.ଆର.ଏସ.ଏସ.ସି ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.