ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ସାଇନିଙ୍ଗ କିଡ୍ସ ୱାର୍ଲଡ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୧୨ତମ ବାର୍ଷିକ ଉତ୍ସବ ଟାଉନ ହଲ ଠାରେ ପାଳିତ ହୋଇ ଯାଇଛି I ସ୍କୁଲର ପ୍ରିନ୍ସିପାଳ ଆର୍ତ୍ତତ୍ରାଣ ବାଗଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ମହିଳା ମହାବିଦ୍ୟାୟ ଭବାନୀପାଟଣା ପ୍ରିନ୍ସିପାଲ ପ୍ରଫେସର ଅଜୟ କୁମାର ମିଶ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ I ସମ୍ମାନିତ ଅତିଥୁ ଭାବେ ଶିକ୍ଷାବିତ କାନ୍ତା ପ୍ରସାଦ ଚନ୍ଦ୍ରକର, ମୁଖ୍ୟବକ୍ତା ଭାବେ ଜୁନାଗଡ ତହସିଲଦାର ଶୁର୍ମି ସୁରେନ, ଓ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପ୍ରବୀର କୁମାର ଗୋୟଲ ମଞ୍ଚାସିନ ଥିଲେ ।ପ୍ରତିବର୍ଷ ଭଳି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବେଷ୍ଟ ହୋମୱାର୍କ, ବେଷ୍ଟ ପଞ୍ଚୁଆଲ ଏବଂ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଦି ୟିଅର ଭଳି ସ୍ଵତନ୍ତ୍ର ପୁରସ୍କାର ଦିଆ ଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରା ଯାଇଥିଲା ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସ୍କୁଲ ର ଉପାଧ୍ୟକ୍ଷ ସୁଶାନ୍ତ ଦଣ୍ଡସେନା, ରାଜେଶ କୁ ମାର ଭୈରମଲ, ଶିକ୍ଷୟତ୍ରୀ ସଲିନା ମହାନନ୍ଦ, ପ୍ରିୟଙ୍କା ମିଶ୍ର, ଛାତ୍ର ମନୀଷ କୁମାର ଏବଂ ଭିବାନ ଅଗ୍ରୱାଲ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯକ୍ରମରେ ସହଯୋଗ କରିଥିଲେ ଏବଂ ସଭା ଶେଷରେ ସ୍କୁଲର ଶିକ୍ଷକ ବିନାୟକ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।





