ସନସାଇନ ସ୍କୁଲରେ ବାର୍ଷିକ କ୍ରୀଡା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କୁମାରୀ ସ୍ଥିତ ସନ ସାଇନ ଇରାଜୀ ମାଧ୍ୟମ ବିଦ୍ୟାଳୟ ରେ ଆଜି ବାର୍ଷିକ କ୍ରୀଡା ଆରମ୍ଭ ହୋଇଯାଇଛି |ଏହି କ୍ରୀଡା ତା -16/12/2024 ଠାରୁ 18/12/2024 ପର୍ଯ୍ୟନ୍ତ ଜାରି ରହିବ | ଆଜି ଏହି ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ପୁରୁ ଷୋତ୍ତମପୁର N.A.C ର ଅଧକ୍ଷ୍ୟ ଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା ଏହାକୁ ଉଦଘାଟନ କରିଥିଲେ | ସେ ନିଜ ଅଭିଭାଷଣ ରେ କ୍ରୀଡାର ମହତ୍ୱ ଓ ଶାରୀରିକ ଗଠନ ବିଷୟରେ ବୁଝାଇବା ସହ ପିଲାମାନେ ଅଲମ୍ପିକ ରେ ମଧ୍ୟ ସାମିଲ ହେବା ପାଇଁ ଆଶା ବ୍ୟକ୍ତ କରିଥିଲେ | ଏହି ଉତ୍ସବରେ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ରଥ ଓ ଅଧକ୍ଷ୍ୟ ଶ୍ରୀ ସୁନୀଲ ମହାନ୍ତି ଉପସ୍ଥିତ ରହିବା ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ | ଆଜି ଜୁନିଅର ଓ ସିନିଅର ବିଭାଗ ରେ 100, 500ମିଟର ଦୌଡ଼ ସହ ରିଲେ ରେସ, କବାଡି, ଖୋ -ଖୋ ଓ ଲଙ୍ଗ ଜମ୍ପ ପ୍ରତିଯୋଗିତା ବଡ ଉତ୍ସାହର ସହ ସମାପ୍ତ ହୋଇଛି |ଆସନ୍ତା କାଲି ମଧ୍ୟ ବିଭିନ୍ନ ପ୍ରତିଯୋଗି ତା ହବା ସହ ବୁଧବାର ଦିନ ଉଦଯାପନ ଉତ୍ସବ ରେ କୃତି କ୍ରୀଡ଼ାବିତ ମାନଙ୍କୁ ମାନପତ୍ର ସହ ଟ୍ରଫି ଦିଆଯିବ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.