କଳାହାଣ୍ଡିର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀମାନଙ୍କ ସହ ବିଜେପି ନେତା ଡ଼ଃ ଭବାନୀ ଶଙ୍କର ନିଆଲଙ୍କ ଆଲୋଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେପି ନେତା ଡ଼ଃ ଭବାନୀ ଶଙ୍କର ନିଆଲ ନୂଆଦିଲ୍ଲୀ ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ଶ୍ରମମନ୍ତ୍ରୀ ଡ଼. ମାନସୁକ ମାଣ୍ଡଭିୟାଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦେଇଥିଲେ ଏବଂ କଳାହାଣ୍ଡି ନୂଆପଡା ଜିଲ୍ଲାର ବିଭିନ୍ନ ରେଳ ସମ୍ବନ୍ଧିତ ସମସ୍ୟା ଓ ତାର ସମାଧାନ ନିରାକରଣ ପାଇଁ ଚର୍ଚ୍ଚା କରିଥିଲେ। ତନମଧ୍ୟରୁ କଳାହାଣ୍ଡିର ବହୁଚର୍ଚ୍ଚିତ ନର୍ଲା ରେଳ ୱାଗନ ଫେକ୍ଟ୍ରି, ଜୁନାଗଡ଼ରୁ ନବରଙ୍ଗପୁର ରେଳ ସଂଯୋଗୀ କରଣ, ଟିଟିଲାଗଡ଼ରୁ ବିଶାଖାପାଟଣା ପର୍ଯ୍ୟନ୍ତ କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସିଞ୍ଜର ଟ୍ରେନ୍ରରେ ଅନଲୋଡିଂ ସୁବିଧା, କେସିଙ୍ଗା ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ପର୍ଯ୍ୟନ୍ତ ଇସ୍ପାତ ଟ୍ରେନ୍ ସମ୍ପ୍ରସାରଣ, ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା, ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ, କେସିଙ୍ଗାକୁ ଇସ୍ପାତ ଏକ୍ସପ୍ରେସର ବିସ୍ତାର। ନର୍ଲା ରୋଡ, ରୁପ୍ରା ରୋଡ୍, ଲାଞ୍ଜିଗଡ ରୋଡ୍, ଜୁନାଗଡ ରୋଡ, ରାମଚନ୍ଦ୍ରପୁର, ଦେପୁରରର ବିଭିନ୍ନ ଦାବୀ। ନର୍ଲା ରୋଡ଼ ଷ୍ଟେସନରେ ସମତା, ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି। ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ। ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଯେ, କଳାହାଣ୍ଡି ଭବାନୀପାଟଣା ଓ ଜୁନାଗଡ଼ ରୋଡ ରେଲୱେ ଷ୍ଟେସନରେ ଦ୍ଵିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ଦାବୀ ପ୍ରମୁଖ ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା। ଏହା ବ୍ୟତୀତ ନୂଆପଡା ଜିଲ୍ଲାର ସମସ୍ତ ରେଳ ଜନିତ ସମସ୍ୟା ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.