ବଲାଙ୍ଗୀରରେ ଫେଲେରିଆ ନିରାକରଣ ପାଇଁ ସହରୀ ସଂଯୋଗୀ କରଣ କମିଟି ଗଠନ

ଓଡିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ଆସନ୍ତା ଫେବୃୟାରୀ ମାସ ରେ ହେବାକୁ ଥିବା ସାମୁହିକ ଫେଲେରିଆ ସେବନ ଅଭିଯାନ ୨୦୨୪ କୁ ସଫଳ କରିବା ପାଇଁ ସ୍ଥାନୀୟ ଜନ ସ୍ୱାସ୍ଥ୍ୟ ବିଭାଗ ସଭାଗୃହଠାରେ ଜିଲ୍ଲା ର ପ୍ରମୁଖ ସରକାରୀ, ବେସରକାରୀ ବିଭାଗ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ କମିଟି ଗଠନ ତଥା ଓ ଏହା ପାଇଁ ଲୋକ ସଚେତନତା, ସହ ଭାଗିତା ର ଏକ ବିଶେଷ ଆଲୋଚନା କରାଯାଇ ଦାଇତ୍ୱ ବଣ୍ଟନ କରାଯାଇଥିଲା। ଉପରୋକ୍ତ କମିଟିରେ ବଲାଙ୍ଗିର ପୌରପାଳିକାର ସବିଶେଷ ସହଯୋଗିତା ପାଇଁ ବଲାଙ୍ଗିର ପୌରପାଳିକା ନିର୍ବାହି ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କୁ ଦାଇତ୍ୱ ହସ୍ତାନ୍ତର କରିବା, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି, ଅତିରିକ୍ତ ଅଧିକାରୀ ପ୍ରଜେକ୍ଟ ମ୍ୟାନେଜର ମୃତ୍ୟଞ୍ଜୟ ମୁଣ୍ଡ, ଅତିରିକ୍ତ ପ୍ରଜେକ୍ଟ ମ୍ୟାନେଜର  ରାମାନୁଜ ପଣ୍ଡା, (ଡବ୍ଲୁ ଏଚ ଓ) ର ଆଞ୍ଚଳିକ ପରିଚାଳକ, ଜିଲ୍ଲା ଶିଶୁ ଓ ମାତୃ ବିଭାଗ, ଶିକ୍ଷା ବିଭାଗ, ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ବସ ଚାଳକ ଅନୁଷ୍ଠାନ, ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଓ କନ୍ଧପାଲି ପଡ଼ାଙ୍କ ପ୍ରତକ୍ଷ ତତ୍ତ୍ୱବଧାନ ରେ ଏହି ଅଭିଯାନକୁ କିଭଳି ଶତ ପ୍ରତିଶତ ସଫଳ କରାଯିବ ସେ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା। ଶେଷରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ.ପି. ଏମ ରାମାନୁଜ ପଣ୍ଡା ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.