ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗ୍ଲୋବାଲ ଲାଇଫରେଚର ଫାଉଣ୍ଡେସନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ୧୧୫ତମ ଶିକ୍ଷା ଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବୀଣାପାଣି ସାମନ୍ତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ଯୁରୋ, ଭବାନୀପାଟଣାର କ୍ଷେତ୍ର ପ୍ରଚାର ଅଧିକାରୀ ଖଗେଶ ବାଇପାଇ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିବା ବେଳେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନବକିଶୋର ପାଢ଼ୀ, ଶିକ୍ଷାବିତ ବସନ୍ତ ନାଏକ, ଯୁବ ଲେଖକ ଡିଲେଶ୍ବର ରଣା, କବି ତ୍ରିନାଥଶ୍ୟାମ କୁମାର, ଫାଉଣ୍ଡେସନ ସଂପାଦକ ରଜତ ବଂଶଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି ସଂଗଠନର ଏଭଳି ଆୟୋଜନ ଛାତ୍ରୀମାନଙ୍କ ମଧ୍ଯରେ ଶିକ୍ଷଣୀୟ ଓ ସୂଚନାଧର୍ମୀ ହୋଇପାରିଛି ବୋଲି ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ଭିତରେ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷା, ସାହିତ୍ୟ, ମହାପୁରୁଷଙ୍କ ଜୀବନୀ, ଇତିହାସ ଓ ନଗର ବିଜ୍ଞାନ, ଗଣିତ, ବିଜ୍ଞାନ, ଜଣା ଅଜଣା, ତିଥି ଓ ପର୍ବପର୍ବାଣୀ ସମ୍ବନ୍ଧୀୟ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଜିତ କୁମାର ସତନାମୀ ବିଚାରକ ଏବଂ ଶିକ୍ଷୟତ୍ରୀ ରଞ୍ଜିତାବାଳା ରଥ ଓ ଲୋପାମୁଦ୍ରା ମହାନ୍ତି ଗଣକ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ଶିକ୍ଷକ ବିଭୂତି ଭୂଷଣ ନାଏକ, ଶିକ୍ଷୟତ୍ରୀ ଶଙ୍କରା ଭୋଇ, ମଞ୍ଜୁମାଳା ଜଗତ, ପ୍ରତିମାମୟୀ ପଣ୍ଡା, ଜନମତି ନାଏକ, ସ୍ବର୍ଣ୍ଣପ୍ରଭା ସାହୁ ପ୍ରମୁଖ ସହଯୋଗ କରିଥିଲେ।





