ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ରୌପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ସୋନପୁର ବ୍ଲକର ରାଇପାଲିରେ ଆଜି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଛି। କଳା ସଂସ୍କୃତି ସଂଘର ଉପସଭାପତି ନନ୍ଦକାହୁ ପୂଝାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାର ଯୋଗଦେଇ ଗାଁରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ଏହି ତିହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ। ଏଥିରେ ଅତିଥି ଭାବେ ବିଶ୍ଵେଶ୍ଵର ରାୟ, ସଭାପତି ଲଡୁକିଶୋର ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ନାଏକ, ସହସଂପାଦକ ପୃଥ୍ବୀରାଜ ବାଗ, ସଭ୍ୟ ସୌମ୍ୟରଞ୍ଜନ ସେଠୀ, ଗୋପାଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅନୁଷ୍ଠାନର ପକ୍ଷରୁ ଶ୍ରୀ ପୂଝାରୀଙ୍କୁ ‘ପଏଁରୀ କଳା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା। ତିହାରରେ ବ୍ଲକର ବହୁ କଳାକାର ସାମିଲ ହୋଇ ଦଣ୍ଡ ନୃତ୍ୟ, ସଂଚାର, ସଂମ୍ପ୍ରଦା, ଖଜନୀ, କରମସାନି, ପ୍ରଭା ନୃତ୍ୟ, ନଚନିଆଁ, ଶବର ଶବରୁଣୀ, ପତର ସଉରା, ଝୁ ମେର, ରସରକେଲି, ସଂକୀର୍ତ୍ତନ ଆଦି ପରିବେଷଣ କରିଥିଲେ। ଶେଷରେ ସହ ସଂପାଦକ ପୃଥୀରାଜ ବାଗ ଧନ୍ୟବାଦ ଦେଇଥିଲେ। କଳାକାହ୍ନୁ ଦାସ, ସୁରୁବାବୁ ସାହୁ, ଆକାଶ ସାହୁ, ଦେବଦତ୍ତ ବଗର୍ତ୍ତୀ, ଧର୍ମପଦ ବଢ଼େଇ ଓ ପୁଷ୍ପା ସୁନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





