ସୋନପୁରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଶାଖା ଗଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ଶ୍ରୀ ଗୋପାଳଜୀ ଯୋଗାଳୟ ସାଧନା ପୀଠରେ ଗରେଖ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଟିତ ହୋଇଯାଇଛି। ଏଥିରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ର ଓଡ଼ିଶା ସଂଯୋଜକ ଶ୍ରୀ ଗିରିଜା ଶଙ୍କର ରଥ ଏହାର ଆଭିମୁଖ୍ୟ ଓ ଆବଶ୍ୟକତା ସଂପର୍କ ରେ ବିଷଦ ବିବରଣୀ ଦେବା ପରେ ମଞ୍ଚାସୀନ ଅତିଥି ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ଡ଼ଃ ପ୍ରଫୁଲ୍ଲ ରଥ ଓ ଡଃ ଆର୍ତ୍ତତ୍ରାନ ବାବୁ ସୁବର୍ଣ୍ଣପୁର ର ସାହିତ୍ୟ ସଂସ୍କୃତିକୁ ବିସ୍ତାର କରିବାକୁ ଏହାର ଖୁବ୍ ଆବଶ୍ୟକତା ରହିଥିବା ମତ ରଖିଥିଲେ। ଏହି ଅବସରରେ ଆଜି ଏକ ସାହିତ୍ୟ ପରିଷଦ ଗଠନ କରଯାଇଛି। ସଭାପତି ଭାବେ ଡ଼ଃ ଜ୍ୟୋତି ରଞ୍ଜନ ବହିଦାର, ଉପ ସଭାପତି ଭାବେ ଡ଼ଃ ପ୍ରଫୁଲ୍ଲ ରଥ, ସମ୍ପାଦକ ଭାବରେ ଡ଼ଃ ଆର୍ତ୍ତତ୍ରାଣ ବାବୁ, ସହ ସମ୍ପାଦକ ଭାବରେ ପଙ୍କଜ ଖମାରୀ, କୋଷାଧ୍ୟକ୍ଷ ଭାବେ ଦେବ କିଶୋର ଦାନୀ, ସଞ୍ଜୋଜକ ଭାବେ ପ୍ରଦୀପ ପୁରୋହିତ ଙ୍କୁ ଚୟନ କରାଯାଇଥିବା ବେଳେ ଉପଦେଷ୍ଟା ଭାବେ ଗୋରେଖ ନାଥ ସାହୁ, ରମେଶ ପ୍ରାସାଦ ନାୟକ ଙ୍କୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସୋନପୁର ରୁ ଆଦିତେଶ୍ୱର୍ ମିଶ୍ର, ସୁଦାମ ନାଏକ, ଶ୍ରୀଧର ବାଗ, ଓ ବିଭିନ୍ନ ବ୍ଲକ୍ ରୁ ବିନିକା ରୁ ପ୍ରମୋଦ ପଣ୍ଡା, ତରଭା ରୁ ଜୟ ପ୍ରକାଶ ସାହୁ, ବିଏମପୁର ରୁ ଦ୍ୱିତୀକୃଷ୍ଣ ପଣ୍ଡା, ଉଲୁଣ୍ଡା ରୁ ଯୋଗିନ୍ଦ୍ର ପଣ୍ଡା ଓ ଡୁଙ୍ଗୁରିପାଲିରୁ ସୁବାସ ପାତ୍ରଙ୍କୁ ମନୋନୀତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.