ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଦେଓଗାଁ ବନାଞ୍ଚଳ ଅନ୍ତର୍ଗତ ତୁଷୁରା ବିଟ ର ନ ଗାଁ କଲୋନୀ ପଡ଼ା ନିକଟରେ ଦେଓଗାଁ ବନ ବିଭାଗ ଚଢ଼ାଉ କରି ସାଗୁଆନ ପଟା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତୁଷୁରା ନ ଗାଁ କଲୋନୀ ପଡାରେ ସାଗୁଆନ ପଟା କର୍ତୁ ଥିବା ସମୟରେ ବନ ବିଭାଗ ଚଢ଼ାଉ କରି ୧୦ ସେପ୍ଟି ସାଗୁଆନ ପଟା ସହ ଗୋଟିଏ ବାଇକକୁ ଜବତ କରିଥିଲା। କାଠ ପଟା ନିକଟରେ ଥିବା ଚିଚେଡ଼ ଗାଁର ବିଶିକେସନ ରଣା ଓ ପ୍ରେମ ରାଜ ଭୋଇଙ୍କୁ କାବୁ କରି ଗିରଫ କରିଥିଲା ବନ ବିଭାଗ। ଏନେଇ ଦେଓଗାଁ ବନାଞ୍ଚଳର ଓଆର କେଶ ନମ୍ବର ୨୪୮/୨୪ ରେ ଏକ ମାମଲା ରୁଜୁ କରିଛି। ଚଢ଼ାଉ ସମୟରେ ଫରେଷ୍ଟର ବ୍ୟାସଦେବ ସାହୁ, ବନରଖି ପୁଷ୍ପାବତୀ କୁମ୍ଭାର, ପାରା ଫରେଷ୍ଟ ଷ୍ଟାପ ଉପସ୍ଥିତ ଥିଲେ।





