ମେଡ଼ିକାଲ ପରିସରରେ ରୋଗୀଙ୍କ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗିର ଭୀମଭୋଇ ମେଡିକାଲରେ ଅଭାବନିୟ ଘଟଣା, ଆତ୍ମହତ୍ୟା କଲେ ରୋଗୀ । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସିଟିସ୍କେନ ପାଖରେ ନୂତନ ନିର୍ମାଣ ଧୀନ କୋଠା ନିକଟରେ ଥିବା ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମୁଣ୍ଡରେ ପଟି ଲାଗିଛି । ତାଙ୍କର ସାର୍ଟ ପକେଟରୁ ଏକ ପ୍ରେସକ୍ରିପସନ୍ ବାହାରିଛି ଯେଉଁଥିରେ ଅଗସ୍ତି ଜାନି ଲେଖାହୋଇଛି । ତେବେ ମିଳିଥିବା ପ୍ରେସକ୍ରିପସନ୍ କାଗଜରେ ଲେଖାଥିବା ନା ମୃତ ବ୍ୟକ୍ତିଙ୍କ ନା ଅଗସ୍ତି ନା ନୁହେଁ ତାହା ସ୍ପଷ୍ଟ ହୋଇପାରିନାହିଁ। ସେ ଅନ୍ୟ କହାର ପ୍ରେସକ୍ରିପସନ୍ ଆଣି ନିଜ ପାକେଟ ରେ ରଖି ନାହାଁନ୍ତି ତ। ସେଥିପାଇଁ ତାଙ୍କର ପରିଚୟ ମିଳିଲା ପରେ ହିଁ ସ୍ପଷ୍ଟ ଜଣା ପଡ଼ିବ।

ଆଜି ସକାଳେ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲର ନୂତନ ନିର୍ମାଣ ଧୀନ କୋଠା ନିକଟରେ ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ସୁରକ୍ଷା କର୍ମୀ ମାନେ ଦେଖିଥିଲେ । ସେମାନେ ତୁରନ୍ତ ମେଡିକାଲ ସୁପରି ଟେନ୍ଦେଣ୍ଟ ଙ୍କୁ ଜଣାଇଥିଲେ । ଖବରପାଇ ମେଡିକାଲ ଅଧିକ୍ଷ୍ୟିକା ଘଟଣାସ୍ଥଳରେ ପହଞ୍ଚିଥିଲେ । ମେଡିକାଲ ଫାଣ୍ଡି ପୁଲିସ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ଅପରପକ୍ଷେ ତାଙ୍କର ମୁଣ୍ଡରେ ପଟି ଲାଗିଥିବାରୁ ସେ ମେଡିକାଲ ରେ ଚିକିତ୍ସିତ ହେଉ ଥାଇପାରନ୍ତି ବୋଲି କୁହାଯାଉଛି । ପୁଲିସ ଶବକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଛାନଭିନ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.