ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ତରୀୟ ଦିବ୍ଯାଙ୍କ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପଡ଼ିଆରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି ା କାର୍ଯ୍ଯକ୍ରମରେ ବିଭିନ୍ନ ବିଦ୍ଯାଳୟରୁ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ସହ ଯୋଗ ଦେଇଥିଲେ ା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଏ ଅବସରରେ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ମଧ୍ଯ ପ୍ରମାଣପତ୍ର ଦିଆ ଯାଇଥିଲା ା ଏ ନେଇ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଗୋଷ୍ଠି ଶିକ୍ଷା ଅଧିକାରୀ ଯତୀଂଦ୍ର କୁମାର ସେଠ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ପ୍ରଧାନଶିକ୍ଷକ ଲଳିତ କୁମାର ସୁନାରୀ ଓ ସମ୍ମାନିତ ଅତିଥି ଭାବରେ ସିଆରସିସି ସୁଧିର ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ା ଶିକ୍ଷକ ପରେଶନାଥ ପାଣିଗ୍ରାହୀ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଦୁର୍ଯ୍ଯୋଧନ ମାଝୀ, ତୋଫାନ ଭୋଇ, ଆଇ.ଇ.ଭି. ଗୋଲାପି ଜଗତ, ନରେଶ ସୁନାନୀ, ଯତୀଂଦ୍ର ମେହେର, ଖଗେଶ୍ୱର ସା ସହଯୋଗ କରିଥିଲେ ା ବିଆରଟି ମହେଶ୍ୱର ପ୍ରଧାନ କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ା ଶେଷରେ ଦୁର୍ଯ୍ଯୋଧନ ମାଝୀ ଧନ୍ଯବାଦ ଦେଇଥିଲେ ା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.