ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡଙ୍ଗରୀଗୁଡା ବସୁନ୍ଧାରୀ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆରେ ଚାଲିଥିବା ମାନସ ରଞ୍ଜନ ପାତ୍ର ସ୍ମାରକୀ ସପ୍ତ ଦିବସିୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ଖେଳ ମଙ୍ଗଳବାର ଉଦଯାପିତ ହୋଇଛି। ଫାଇନାଲ ଖେଳଟି ଝାରକୁଣ୍ଡାମଲ ଓ ଭଇଁରୀଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଝାରକୁଣ୍ଡାମାଲ ଦଳ ୨/୧ ଗୋଲ ସ୍କୋରରେ ଭଇଁରୀଗୁଡା ଦଳକୁ ହରାଇ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ରେଙ୍ଗାଲପାଲି ସରପଞ୍ଚ ପଦ୍ମିନୀ ପାତ୍ର, ଉଦ୍ୟୋଗପତି ବିକ୍ରମ ଗୁପ୍ତା, ସମାଜସେବୀ ଯଶୋବନ୍ତ ନାଏକ, କୋକସରା ବ୍ଲକ ସାମ୍ବାଦିକ ସଂଘର ସଭାପତି ଚକ୍ରଧର ବେଶ୍ରା, ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ନିହାର ରଞ୍ଜନ ମୁଣ୍ଡ, କେତନ ପାତ୍ର, ଅନିରୁଦ୍ଧ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅମୋଜ କୁମାର ପଣ୍ଡା, ତ୍ରିନାଥ ଶବର, ଅର୍ଜୁନ ଭାଟି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ବର୍ଗତ ମାନସ ରଞ୍ଜନ ପାତ୍ରଙ୍କ ବାପା କୃପାସିନ୍ଧୁ ପାତ୍ର, ମାତା ପ୍ରମୋଦିନୀ ପାତ୍ର ଓ ପରିବାର ଲୋକ ଖେଲ ପଡ଼ିଆରେ ଉପସ୍ଥିତ ରହିଥିଲେ। ଅତିଥି ମାନଙ୍କ ଦ୍ବାରା ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଖେଳକୁ ପିଇଟି ମନୋଜ ରଥ ପରିଚାଳନା କରିଥିବାବେଳେ ଲାଇନ୍ସରେ ନବୀନ କୁମାର ବଗର୍ତ୍ତି, ଶେଷଦେବ ମଲ୍ଲିକ ଓ ରାଜକୁମାର ହେର୍ଣ୍ଣା,କୁଞ୍ଜବିହାରୀ ମାଝୀ ସହଯୋଗ କରିଥିଲେ। ଖେଳର ଧାରାବିବରଣୀ ଶିକ୍ଷକ ବୈକୁଣ୍ଠ ଜାଲ, ବାବୁଲାଲ ଶବର ଓ ସୁନିଲ କୁମାର ଦାସ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ମଧୁସୂଦନ ପାତ୍ର, ଦେବେନ୍ଦ୍ର କୈବର୍ତ୍ତ, ହିମାଂଶୁ ମାଝୀ, ବେଦାନ୍ତ ଭୋଇ, ଉତ୍ସବ ଭୋଇ, ସୁନ୍ଦର ଲାଲ କୈବର୍ତ୍ତ, ଦିନବନ୍ଧୁ ଭୋଇ, ଅଭି କୈବର୍ତ୍ତ, ଭୈଙ୍କଟେଶ ନାଏକ ପ୍ରମୁଖ ଖେଲ ପରିଚାଳନାରେ ସହଯୋଗ କରିଥିଲେ।