ଧର୍ମଗଡ ଉପଖଣ୍ଡରେ ମୃଦୁ ଭୂମିକମ୍ପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ସୁଶାନ୍ତ କୁମାର ଦଲେଇ/ ହିରଣ୍ୟ ବେହେରା): ଭୂମିକମ୍ପ ଝଟକାରେ ଥରିଲା ଧର୍ମଗଡ ଉପଖଣ୍ଡର କେତେକ ଅଞ୍ଚଳ। ଛାନିଆ ହୋଇଗଲେ ଲୋକେ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଓ ଗୋଲାମୁଣ୍ଡା ବ୍ଲକ ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ମଙ୍ଗଲବାର ସନ୍ଧ୍ୟା ୭:୦୪ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ତେବେ ଭୂମିକମ୍ପର ତୀବ୍ରତା କେତେଥିଲା ତାହା ଜଣାପଡାନାହିଁ। ତେବେ କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ କୌଣସି ଆକଳନ କରାଯାଇନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.