ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡରେ ଗଣିତ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମ ଦିବସ ଡିସେମ୍ବର ୨୨ ତାରିଖ ଉପଲକ୍ଷେ ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ଼ ଠାରେ ପାଳିତ ହୋଇ ଯାଇଛି ଜିଲ୍ଲା ସ୍ତରୀୟ ଗଣିତ ଦିବସ। ଗଣିତଜ୍ଞ ରାମାନୁଜନଙ୍କର ଫୋଟୋ ଚିତ୍ରରେ ଧୂପ ଓ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଥମେ ରାମାନୁଜନଙ୍କ ଗଣିତ ପ୍ରତି ଥିବା ଅତୁଳନୀୟ ଅବଦାନ ଶୀର୍ଷକ ଏକ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ୱିଜ, ଗଣିତ ମଡେଲ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ବିଶ୍ବମ୍ବର ଭୋଇ ଓ ଅନ୍ୟତମ ଅତିଥି ଭାବେ ଠାକୁର ବିବେକାନନ୍ଦ ପଧାନ, ସୁବାସ ଚନ୍ଦ୍ର ବରାଡ଼ ପ୍ରମୁଖ ଯୋଗ ଦେଇ ଗଣିତକୁ ରାମାନୁଜନ ଓ ଅନ୍ୟ ଗଣିତଜ୍ଞ ମାନଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ପରିଚାଳନା କରିଥିବା ବେଳେ ନାରାୟଣ ପଧାନ, ଚକ୍ରଧର ସା ଓ ପ୍ରେମାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.