ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀୟ ଦମ୍ପତିଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନେହେରୁ ସେବା ସଂଘ ଭବାନୀପାଟଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କଳାହାଣ୍ଡି ତରଫରୁ ଭବାନୀପାଟଣାର ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଇଟାଲୀୟ ଦମ୍ପତି ଲୁସିଆନା ରୋସି ଓ ଲୁଇଗୀ ରୋସୋ ଏବଂ ଝିଅ ପ୍ରତୀକ୍ଷାକୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି  ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଦ୍ଵାର ବିଦେଶୀ ଦମ୍ପତି ଏବଂ ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷାକୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶ ଥାଉକି ପୋଷ୍ୟ ସନ୍ତାନ ଝିଅ ପ୍ରତୀକ୍ଷା କୁ ସେପ୍ଟେମ୍ବର ୨୧ ତାରିଖ ୨୦୧୬ ମସିହାର ଇଟାଲୀର ଏହି ଦମ୍ପତି ନିଜର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିନେଇଥିଲେ। ପୋଷ୍ୟ ସନ୍ତାନ ଗ୍ରହଣ କରିବାର ୮ ବର୍ଷ ପରେ ବିଦେଶରୁ ନିଜର ଜନ୍ମ ମାଟି କଳାହାଣ୍ଡିକୁ ପ୍ରତୀକ୍ଷା ନିଜର ମା ବାପା ସହିତ ମିଶି ଆସିଥିବାରୁ ଖୁସି ଅନୁଭବ କରିଛି ଓ ଇଟାଲୀରେ ଭଲରେ ରହି ପାଠ ପଢୁଥିବା କହିଛି। ଇଟାଲୀର ଏହି ଦମ୍ପତି ଝିଅ ପ୍ରତୀକ୍ଷାକୁ ପାଇ ବହୁତ ଖୁସି, ବିଶେଷ କରି କଳାହାଣ୍ଡି ଆସିଥିବାରୁ ଏବଂ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନ ଓ ନେହେରୁ ସେବା ସଂଘକୁ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ମହକ ଏବଂ ଉତ୍ସାହ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଜିଲ୍ଲାର ଶିଶୁମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ରୂପ କିଶୋର ହୋତା, ପୂର୍ବତନ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ଅଜୟ କୁମାର ମିଶ୍ର, ଜିଲ୍ଲା ସୂଚନା ଲୋକ ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ସହକାରୀ ଜିଲ୍ଲାପାଳ ମମତା ଦାସ୍, ଡି.ସି.ପି.ୟୁ. ରାଜଲକ୍ଷ୍ମୀ, ଓମ୍ ପ୍ରକାଶ ଅଗ୍ରୱାଲ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ଅଂଶୁମାନ ବାବୁ ପରିଚାଳନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.