ଯାମଖୁଣ୍ଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ପ୍ରବେଶ କଲେ ମାକ୍ରି ଓ ମହୁଲପଡା ଦଳ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ହାଇସ୍କୁଲ ପଡିଆ ଠାରେ ଜାମଖୁଣ୍ଟା ଗ୍ରାମବାସିଙ୍କ ଆନୁକୂଲ୍ୟରେ ଚାଲିଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଗାଁର ଗୈାନ୍ତିଆ ସୂର୍ଯ୍ୟନାରାୟଣ ବଗର୍ତ୍ତୀ, ସମ୍ମାନିତ ଅତିଥି ଭାବେ ଯୁବ ଆଦିବାସୀ ନେତା ତଥା ଆଦିବାସୀ ସଂଘ ଧରପଗଡ ପଂଚାୟତର ଶୁଭ ଛତ୍ରିଆ ସମ୍ପାଦକ ଓ ଟୁର୍ନାମେଣ୍ଟ ସଭାପତି ବେଣୁଧର ବଗର୍ତ୍ତୀ, ଉପସଭାପତି ସୁରେନ୍ଦ୍ର ଭାଟି, ସହ ସମ୍ପାଦକ ଗୋବିନ୍ଦ ଜାନି ଉପସ୍ଥିତ ରହି ଫିତା କାଟି ଖେଳକୁ ଉଦଘାଟନ କରିଥିଲେ। ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଡୁମେରବାହାଲ ଗାଁର ଗୈାନ୍ତିଆ ଦିନବନ୍ଧୁ ମାଝୀ, ସମ୍ମାନିତ ଅତିଥି କବିରାଜ ମାଝୀ, ପୂର୍ବତନ ନାଏବ ସରପଞ୍ଚ ଅଶ୍ୱିନୀ ଭୋଇ ଯୋଗଦାନ କରିଥିଲେ। ମାକ୍ରି  ଓ ମହୁଲ ପଡା ସେମିଫାଇନାଲକୁ ପ୍ରବେଶ କରିଛନ୍ତି। ଖେଳର ଧାରାଵିବରଣି ପ୍ରଦାନ କରିଥିଲେ ସୁରେନ୍ଦ୍ର ମହାନନ୍ଦ ଓ ସଞ୍ଜବ ପରାଭୁଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.