ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ଦାବି ନେଇ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ ୩ ର ୧୦୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ ରାମନଗର ପଡା ସ୍ଥିତ ବିଶ୍ୱାଳ ନର୍ସରୀ ଗଳି ଠାରେ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେଇଥିଲେ। ତା’ପରେ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ କିନ୍ତୁ ଆଜିକୁ ୬ମାସ ପରେ ବି ହିତାଧିକାରୀ ହତାଶ ହେଇଛନ୍ତି।  ଯଦି ସରକାର ଇଂରାଜୀ ନବ ବର୍ଷ ୨୦୨୫ ଭିତରେ ଭତ୍ତା ୩୦୦୦-୩୫୦୦ ଟଙ୍କା ଘୋଷଣା ନ କରନ୍ତି ତାହେଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ହେବା ପାଇଁ ସଂଗଠନ ତରଫରୁ ସଜବାଜ ହେଉଛି ବୋଲି ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି। ନାରୀ ନେତ୍ରୀ କବିତା ରାଉତ, ସୀତାରାମ ଘି ପ୍ରମୁଖ ଉଦବୋଧନ ଦେଇଥିଲେ ଏବଂ ଭତ୍ତାଧିକାରୀମାନେ ମଧ୍ଯ ଅସନ୍ତୋଷ ବ୍ୟକ୍ତ କରି ଆଗାମୀ ଦିନରେ ହଜାର ହଜାର ସଂଖ୍ଯାରେ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଓ କରିବୁ ବୋଲି କହିଥିଲେ। ଏହି ବୈଠକ ସଫଳ କରିବା ପାଇଁ ସଦସ୍ଯ ବିଶ୍ୱନାଥ ବାଗ, ପୁର୍ଣ୍ଣ ଚନ୍ଦ୍ର ଗଉଡ, ନିରଞ୍ଜନ ନାଗ, ମନୋରଞ୍ଜନ ରୟ, ବୈଷ୍ଣବ ନାଗ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.