ଲାଞ୍ଜିଗଡ଼ରୋଡ ଠାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତରେ ସରପଞ୍ଚ ସୁଶ୍ରୀ ମମତା ଶବରଙ୍କ ଅଧ୍ୟକ୍ଷତାରେ ସୋମବାର ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ନିର୍ବାହୀଅଧିକାରୀ ଡମ୍ବରୁଧର ସେନାପତି ଶିବିର  ପରିଚାଳନା କରିଥିବାବେଳେ ଏଥିରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ତହସିଲଦାର ଜ୍ଞାନଜିତ ସତପଥି, ସହକାରୀ ନୀର୍ବାହୀ ଯନ୍ତ୍ରୀ କ୍ଷିରୋଦ କୁମାର ନାୟକ, ନାଏବ ସରପଞ୍ଚ ଅନଙ୍ଗ ମାଝୀ, ଗ୍ରାମ୍ୟପାନୀୟ ଜଳ ବିଭାଗ ଯନ୍ତ୍ରୀ ଦଶମତ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ବଜାର ନିରିକ୍ଷିକ ଦିଲିପ ନାୟକ, ଏପିଓ ସଞ୍ଜିତ ପରିଡ଼ାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଓ ୱାର୍ଡ଼ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଏଡିଓ ସୁରେନ୍ଦ୍ର ସେଠି ଓ ଯୋଗାଣ ସହାୟକ ନାରାୟଣ ପ୍ରସାଦ ନାଏକଙ୍କ ନେତୃତ୍ୱରେ ଏମବିକେ ସନ୍ତୋଷୀ ଗଉଡ ଗାଁ ସାଥି ସୁଶାନ୍ତ ଚନ୍ଦନ, ମୁନିରାମ ଶବର, ଭୃତେଶ୍ଵର ଶବର, ସୁରେନ୍ଦ୍ର ବିଶି, କର୍ମଚାରୀ ଦେବରାଜ ଗଉଡ, ଅଜିତ ବାରିକ, ଅମର ଶବର,ହେମରାଜ ଗଉଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ପ୍ରଧାନମନ୍ତ୍ର ଆବାସ ୧୦୬, ସାଧାରଣ ବଣ୍ଟନ ୩, ସାମାଜିକ ସୁରକ୍ଷା ୪,ଅନ୍ୟାନ୍ୟ ୫ ସମୁଦାୟ ୧୧୮ଟି ଅଭିଯୋଗ ଆସିଥିବା ସୂଚନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.