ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତ ଡଗଂରଗଡ ପର୍ଯ୍ୟଟନ ସ୍ଥଳରେ ନାନ୍ଦୋଲ ଜୟଦୁର୍ଗା ହାଇସ୍କୁଲ ୧୯୯୫-୯୬ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମସ୍ତ ପୁରାତନ ବନ୍ଧୁ ସକ୍ରିୟ ଅଂଶଗ୍ରହଣ ସହ ଅନୁଭୂତିକୁ ବର୍ଣ୍ଣନା ସହ ବିଗତ ଦିନର ସ୍ମୃତିଚାରଣ କରିଥିଲେ। କିପରି ସଂପର୍କକୁ ଆଗାମୀ ଦିନରେ ବଜାୟ ରଖିବା ସହ ଜନସେବା କ୍ଷେତ୍ରରେ ନିୟୋଜିତ ରହିବେ ସେ ଉପରେ ଆଲୋଚନା କରିଥିଲେ। ଏଥି ସହ ଡଗଂରଗଡ ଜଳଧାରା ପରିଭ୍ରମଣ, ପର୍ବତାରୋହଣ କରି ପ୍ରାଚୀନ ଗୁମ୍ପାର ଦର୍ଶନ କରି ସରକାର ଏହାକୁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନୀତ କରି ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବାକୁ ଆଲୋଚନା କରିଥିଲେ ।